ଅଷ୍ଟ୍ରେଲିଆ ଆୟୋଜନ କରିବ ୨୦୨୨ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ

ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଅନୁଯାୟୀ ଅଷ୍ଟ୍ରେଲିଆ ପରବର୍ତ୍ତୀ ଆଇସିସି ପୁରୁଷ ଟି -୨୦ ବିଶ୍ୱକପ୍ ଆୟୋଜନ କରିବ। ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଏହି ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟରେ ଶ୍ରେଷ୍ଠ ୧୬ ଟିମ ୪୫ଟି ମ୍ୟାଚ୍ ଖେଳିବେ।

ଆଇସିସି ପୁରୁଷ ଟି -୨୦ ବିଶ୍ୱକପର ଆୟୋଜକ କମିଟି ମୁଖ୍ୟ ପରିଚାଳକ ମିସେଲ ଏନରାଇଟ୍ କହିଛନ୍ତି, ଆସନ୍ତା ବର୍ଷ ଅଷ୍ଟ୍ରେଲିଆ ସବୁଠୁ ବଡ କ୍ରୀଡା ଇଭେଣ୍ଟ ଆୟୋଜନ କରିବାର କ୍ଷମତା ରଖିଛି। ଅଷ୍ଟ୍ରେଲୀୟ କ୍ରିକେଟର ଦୀର୍ଘ ଇତିହାସରେ ଏହା ପ୍ରଥମ ଥର ପାଇଁ ହେବ ଯେ ଦେଶ ଆଇସିସି ପୁରୁଷ ଟି -୨୦ ବିଶ୍ୱକପ୍ ଆୟୋଜନ କରିବ। ଏହି ଦେଶ ୨୦୨୦ରେ ମହିଳା ଇଭେଣ୍ଟ ଆୟୋଜନ କରିଥିଲା ​​ଯେଉଁଥିରେ ୮୬ ହଜାର ୧୭୪ ଜଣ ପ୍ରଶଂସକ ଯୋଗ ଦେଇଥିଲେ।

ଓମାନ ଏବଂ ୟୁଏଇରେ ହେବାକୁ ଥିବା ଟି -୨୦ ବିଶ୍ୱକପ୍‌ର ସୁପର-୧୨ ପର୍ଯ୍ୟାୟରେ ପହଞ୍ଚିଥିବା ଦଳମାନେ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଇଭେଣ୍ଟରେ ଆପେ ଯୋଗ୍ୟତା ହାସଲ କରିବେ। ୧୨ଟି ଯୋଗ୍ୟତା ପର୍ଯ୍ୟାୟରୁ, ଆଇସିସି ପୁରୁଷ ଟି -୨୦ ବିଶ୍ୱକପ୍ ୨୦୨୧ର ବିଜେତା ତଥା ରନର୍ସ ଅପ୍ ଏବଂ ପରବର୍ତ୍ତୀ ୬ଟି ସର୍ବୋଚ୍ଚ ମାନ୍ୟତା ଦଳ ସିଧା ସଳଖ ଅଷ୍ଟ୍ରେଲିଆ ୨୦୧୨ର ସୁପର-୧୨ ପର୍ଯ୍ୟାୟକୁ ଯିବ। ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୧ର ସୁପର-୧୨ର ଅବଶିଷ୍ଟ ଚାରିଟି ଦଳ ଅଷ୍ଟ୍ରେଲିଆ ୨୦୨୨ର ପ୍ରଥମ ପର୍ଯ୍ୟାୟରେ ଖେଳିବେ।

Comments are closed.