ଅଷ୍ଟ୍ରେଲିଆ ସାଧାରଣ ନିର୍ବାଚନ; ଶାସକ କଞ୍ଜରଭେଟିଭ-ଲିବେରାଲ ପାର୍ଟି ମେଣ୍ଟ ବିଜୟୀ

କାନ୍‌ବେରା: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଶାସକ କଞ୍ଜରଭେଟିଭ ଲିବେରାଲ ପାର୍ଟି ମେଣ୍ଟ ବିଜୟୀ ହୋଇଛି। ଏକ୍‌ଜିଟ୍‌ ପୋଲରେ ବିରୋଧୀ ଲେବର ପାର୍ଟିକୁ ବହୁମତ ମିଳିବ ବୋଲି ପୂର୍ବାନୁମାନ କରାଯାଇଥିଲେ ହେଁ କଞ୍ଜରଭେଟିଭ ମେଣ୍ଟ ତାହାକୁ ଭୁଲ ପ୍ରମାଣିତ କରି ପୁଣି ଥରେ କ୍ଷମତାକୁ ଫେରିଛି।

ସୂଚନା ମୁତାବକ, ଅଷ୍ଟ୍ରେଲିଆ ପାର୍ଲାମେଣ୍ଟର ୧୫ବ ଆସନ ମଧ୍ୟରୁ ପ୍ରଧାନମନ୍ତ୍ରୀ ସ୍କଟ୍‌ ମରିସନଙ୍କ ନେତୃତ୍ଵାଧୀନ କଞ୍ଜରଭେଟିଭ ଲିବେରାଲ ପାର୍ଟି ମେଣ୍ଟ ସପକ୍ଷରେ ୭୪ଟି ଆସନ ମିଳିଛି। ସରକାର ଗଠନ ପାଇଁ ୭୬ ଆସନ ଆବଶ୍ୟକ ଥିଲାବେଳେ ବିରୋଧୀ ଲେବର ପାର୍ଟିକୁ ୬୫ ଆସନରେ ବିଜୟୀ ହୋଇ ଅଳ୍ପକେ ସରକାର ଗଠନରୁ ବଞ୍ଚିତ ହୋଇଛି। ତେବେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇ ନ ଥିବାବେଳେ ଅବଶିଷ୍ଟ ୧୨ ଆସନରେ ଫଳାଫଳ ଅସ୍ପଷ୍ଟ ରହିଛି। ସୂଚନାଯୋଗ୍ୟ, ଦେଶରେ ପ୍ରତି ୬ବର୍ଷରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥାଏ।

Comments are closed.