ପୁରୁଷ ହକି : ଅଷ୍ଟ୍ରେଲିଆଠାରୁ ୭-୧ରେ ହାରିଲା ଭାରତ

ଟୋକିଓ : ଟୋକିଓ ଅଲିମ୍ପିକ୍‌ସ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଦମ୍‌ଦାର ଆରମ୍ଭ କରିଥିବା ଭାରତୀୟ ପୁରୁଷ ହକି ଦଳ ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ଶୋଚନୀୟ ପରାଜୟ ବରଣ କରିଛି। ରବିବାର ପୁଲ-ଏ ର ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ୭-୧ ଗୋଲରେ ଭାରତକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ଦୁଇଟି ମ୍ୟାଚରୁ ଦୁଇଟି ବିଜୟ ସହ ୬ ପଏଣ୍ଟ ପାଇ ଶୀର୍ଷରେ ରହିଥିବାବେଳେ ଭାରତ ଦୁଇଟି ମ୍ୟାଚରୁ ୩ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି।
ଖେଳ ଆରମ୍ଭରୁ କିଛି ସମୟ ଭାରତ ଭଲ ପ୍ରଦର୍ଶନ କରିବା ସହିତ ଅଷ୍ଟ୍ରେଲିଆ ଉପରେ ଚାପ ପକାଇବାରେ ସକ୍ଷମ ହୋଇଥିଲା। ୯ ମିନିଟ୍‌ରେ ଭାରତ ପ୍ରଥମ ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ଗୋଲ ଦେବା​‌େ​‌ର ବିଫଳ ହୋଇଥିଲା। ୧୦ମିନିଟ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ ଡାନିଏଲ ବେଲେ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ପ୍ରଥମ କ୍ବାର୍ଟରରେ ଭାରତ ୧-୦ ଗୋଲ ପଛରେ ରହିଥିଲା। ଦ୍ବିତୀୟ କ୍ବାର୍ଟରରେ ଅଷ୍ଟ୍ରେଲିଆର ରାଜୁତି ଦେଖିବାକୁ ମିଳିଥିଲା। ଖେଳର ୨୧ ମିନିଟ୍‌ରେ ହେୱାର୍ଡ ଜେର୍‌ମି ଦ୍ବିତୀୟ , ୨୩ ମିନିଟ୍‌ରେ ଆଣ୍ଡ୍ୟୁ ଫ୍ଲାଏନ୍‌ ଓଗ୍‌ଲିଭି ତୃତୀୟ ଓ ୨୬ ମିନିଟ୍‌ରେ ଜୋସୁଆ ବେଲ୍ଟ​୪ର୍ଥ ଗୋଲ ଦେଇଥିଲେ। ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୪-୦ ଗୋଲରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟର ପ୍ରାରମ୍ଭ ତଥା ଖେଳର ୩୪ ମିନିଟ୍‌ରେ ଭାରତ ପକ୍ଷରୁ ଦିଲ୍‌ପ୍ରୀତ ସିଂହ ଗୋଲ ଦେଇ ମ୍ୟାଚକୁ ୧-୪ ସ୍ତରକୁ ଆଣିଥିଲେ। ରୁପିନ୍ଦର ପାଲ୍‌ ସିଂହଙ୍କ ଏକ ପାସ୍‌କୁ ଦିଲପ୍ରୀତ୍‌ ଗୋଲରେ ପରିଣତ କରିଥିଲେ। ଖେଳର ୪୦ ଓ ୪୨ ମିନିଟ୍‌​‌େ​‌ର ଗୋଭର୍ସ ବ୍ଲେକ କ୍ରମାଗତ ଦୁଇଟି ଗୋଲ ଦେଇ ଅଷ୍ଟ୍ରେଲିଆକୁ ୬-୧ ଗୋଲରେ ଆଗୁଆ କରିଥିଲେ। । ଅନ୍ତିମ କ୍ବାର୍ଟର ତଥା ଖେଳର ୫୧ ମିନିଟ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ ଟିମ୍‌ ବ୍ରାଣ୍ଡ ସପ୍ତମ ଗୋଲ ଦେଇ ଦଳକୁ ୭-୧ରେ ବିଜୟୀ କରାଇଥିଲେ। ଭାରତ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଥିବାବେଳେ ତୃତୀୟ ମ୍ୟାଚ ୨୭ରେ ସ୍ପେନ ବିପକ୍ଷରେ ଖେଳିବ।

 

Comments are closed.