ପୂର୍ବତନ ବିଧାୟକ ଅରୁଣ ଦେ’ଙ୍କ ପରଲୋକ

ଭୁବନେଶ୍ବର: ଆଜି ପୂର୍ବତନ ବିଧାୟକ ଅରୁଣ ଦେ’ଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ବର ଆମ୍ରି ହସ୍‌ପିଟାଲରେ ସନ୍ଧ୍ୟା ୭.୨୦ରେ ୭୬ ବର୍ଷ ବୟସରେ ଅରୁଣ ଦେ’ଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି। ପୂର୍ବତନ ବିଧାୟକ ଅରୁଣ ଦେ’ଙ୍କ ପରଲୋକ ନେଇ ଆମ୍ରି ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି। ବାଲେଶ୍ବରରୁ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଅରୁଣ ଦେ’। ୩ଥର ଏନ୍‌ସିପିରୁ, ଥରେ ଓଜିପିରୁ ଏବଂ ଥରେ ସ୍ବାଧୀନ ଭାବେ ଜିତିଥିଲେ।

ଗତ କିଛି ଦିନ ତଳେ ଅରୁଣ ଦେ’ କରୋନା ଆକ୍ରାନ୍ତ ହୋଇଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ ଆମ୍ରି ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ। ଆମ୍ରି ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Comments are closed.