ଆଠଗଡ଼ ଯୁବ କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ  

ଆଠଗଡ଼ : ଆଠଗଡ଼ ଯୁବ କଂଗ୍ରେସ ପକ୍ଷରୁ ରବିବାର ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ଅଗଷ୍ଟକ୍ରାନ୍ତି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଠଗଡ଼ର ପୂର୍ବତନ ଯୁବ କଂଗ୍ରେସ ସଭାପତି ମନୋରଞନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଦେଶର ସହିଦ ଜବାନମାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞଳି ଅର୍ପଣ କରିଥିଲେ। ଏଥିରେ କଂଗ୍ରେସ ନେତା ବିକ୍ରମ ରାୟସାମନ୍ତ, ପ୍ରଶାନ୍ତ ପାଇଲଟ, ରୋମିତ ରଞନ ବେହେରା, ଅବିନାଶ ପ୍ରଧାନ, ସୀତାରାମ ଦାସ, ଦେବବ୍ରତ ଦାସ, ରଞିତ ସେଠୀ, ଚନ୍ଦନ କୁମାର ସାହୁ, ପ୍ରମୁଖ ଉଦ୍‍ବୋଧନ ଦେଇ ଦେଶର ସଦିଦ ବୀର ସୈନିକଙ୍କୁ ଶ୍ରଦ୍ଧାଞଳି ଅର୍ପଣ କରିଥିଲେ।

ଏହି ଅବସରରେ ଆୟୋଜିତ ସଭାରେ ଯୁବ କଂଗ୍ରେସ ନେତାମାନେ ଦେଶରେ ମୋଦୀ ସରକାର ଓ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ସରକାରଙ୍କର ଜନବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ବିଶେଷକରି ମୋଦୀ ସରକାର ପ୍ରତିବର୍ଷ ଦେଶର ୨କୋଟି ବେକାର ଯୁବକ/ଯୁବତୀଙ୍କୁ ନିଯୁକ୍ତି ଲାଗି ଦେଇଥିବା ପ୍ରତିଶୃତି ଏକ ପ୍ରତାରଣାରେ ପରିଣତ ହୋଇଥିବାରୁ ଏବଂ ନବୀନ ପଟ୍ଟନାୟକଙ୍କ ସରକାର ରାଜ୍ୟରେ ଯୁବମାରଣ ନୀତି ଆପଣେଇଥିବାରୁ ଆଗାମୀ ଦିନରେ ଯୁବ କଂଗ୍ରେସ ପକ୍ଷରୁ ଏହା ବିରୋଧରେ ଯୋରଦାର ଆନ୍ଦୋଳନ କରିବ ବୋଲି ପୂର୍ବତନ ସଭାପତି ଶ୍ରୀ ପଟ୍ଟନାୟକ ଚେତାଇ ଦେଇଥିଲେ। କୋଭିଡ଼ ନିୟମ ଓ କଟକଣା ଅନୁପାଳନ ପୂର୍ବକ ଏହି ଅଗଷ୍ଟକ୍ରାନ୍ତି ଦିବସ ପାଳନ କରାଯାଇଥିଲା।

Comments are closed.