ଗୁରୁବାର ରାଶିଫଳ ( ୨୦-୦୮-୨୦୨୦ )

ମେଷ: ଶିକ୍ଷାଦାନ ପାଇଁ ନିଜକୁ ପ୍ରସ୍ତୁତ କରିବେ। ସୁସମ୍ବାଦ ପାଇ ଆନନ୍ଦ ଅନୁଭବ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖ୍‌ପ୍ରଦ ହେବ। ଅର୍ଥପ୍ରାପ୍ତିର ସୁଯୋଗ ଅଛି। ମନ ଚଞ୍ଚଳ ରହିବ। ନୀତିନିଷ୍ଠ ହେବେ। ପରାମର୍ଶଦାତା ହେବେ।

ବୃଷ: କାର୍ଯ୍ୟକ୍ଷେତ୍ର ଉତ୍ସାହ ଜନକ ହେବ। ପରିଶ୍ରମ ଯେ​‌େ​‌ତ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ଘଟିପାରେ। ସକଳ ସ୍ବଧର୍ମକ୍ରିୟାରତ ହେବେ। ମନୋଜ୍ଞ ହୋଇପାରନ୍ତି।

ମିଥୁନ: ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଭଗବତ୍‌ ଚିନ୍ତାରେ ନିମଗ୍ନ ହୋଇପାରନ୍ତି। ଦେବଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତିର ମାତ୍ର ଲୀନ ହୋଇପାରେ। ସତର୍କତାର ଦିନଟି ଅଛି।

କର୍କଟ: ସୁଖୀ ହେବେ। ସମ୍ମାନିତ ହେବେ। କୌଣସି କାରଣରୁ ମନବିଷାଦିତ ହୋଇପାରେ। ପ୍ରତିହିଂସା ମାର୍ଗରେ ମନ ବଳିପାରେ। ଶେଷ୍ଠମାନ୍ୟତା ପ୍ରାପ୍ତ ହେବେ। ପତ୍ନୀଙ୍କ ଅସୁସ୍ଥତା ପାଇଁ ଚିନ୍ତିତ ହୋଇପାରନ୍ତି। ମିଶ୍ରିତ ଫଳ ମିଳିବ।

ସିଂହ: ଶ୍ରୀଚନ୍ଦ୍ର ଭୋଗ ହେତୁ ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ସାହାଯ୍ୟ ମିଳିପାରେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ମହତ ହେବ।

କନ୍ୟା: ହାତଛଡ଼ା କାର୍ଯ୍ୟଟି ପୁଣି କରାୟତ କରିପାରନ୍ତି। ବ୍ୟୟବୃଦ୍ଧିର ସୂଚନା ମିଳୁଛି। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଚକ୍ଷୁରେ ପୀଡ଼ା ଉପୁଜିପାରେ। ମଧୁରଭାଷୀ ହୋଇ ପରକୁ ଆପଣାର କରିବେ।

ତୁଳା: ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ଶୁଭ ସମାଚାର ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀତ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ।

ବିଛା: ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। ସୁସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି।

ଧନୁ: ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାତକୁ ଆଣି ତା’ର ସଦ୍‌ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଶାନ୍ତି ମିଳିବ।

ମକର: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ସଠିକ୍‌ ମାର୍ଗରେ ପରିଚାଳନା କରିବେ। ଅର୍ଥାଭାବ ଦେଖାଦେଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ଅଷ୍ଟମ ଚନ୍ଦ୍ର ଭୋଗ ଯୋଗୁଁ ସତର୍କ ରହିବେ।

କୁମ୍ଭ: ସଠିକ୍‌ ମାର୍ଗରେ ପରିଚାଳିତ ହୋଇପାରନ୍ତି। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଆନନ୍ଦ ଉପଭୋଗ କରିବେ। ସୁସ୍ବାଦୁ ଭୋଜନ ମିଳିବ।

ମୀନ: ବଳବାନ୍‌ ଶତ୍ରୁକୁ ଅତି ସହଜରେ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଦିନସାରା କାର୍ଯ୍ୟରତ ରହିବେ। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ କରି ଖୁସି ହୋଇପାରନ୍ତି।

Comments are closed.