ପ୍ରଶାସନିକ ସେବା ପରୀକ୍ଷାରେ ଅତୁନଙ୍କ ସଫଳତା

ମୋହନା: ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ମୋହନା ବ୍ଳକ ଅନ୍ତର୍ଗତ ଲୁହାଗୁଡି ଗ୍ରାମର ଅତୁନ କୁମାର ପାତ୍ର ୭୪ତମ ସ୍ଥାନରେ ରହି କୃତିତ୍ୱ ହାସଲ କରି ବେଶ୍‌ ଚର୍ଚ୍ଚାରେ ସାଉଁଟିଛନ୍ତି। ସେ ଉତ୍ତୀର୍ଣ୍ଣ ହେବା ଶୁଣି ଚାରିଆଡୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ପିଲାଟି ଦିନରୁ ପାଠ ପ୍ରତି ଆଗ୍ରହ ରଖିଥିବା ଅତୁନ ପାଠ ଶେଷ କରି ଭୁବନେଶ୍ୱର ସ୍ଥିତ ଏକ ମହାବିଦ୍ୟାଳୟରେ ଗଣିତ ଓ ଭୂଗୋଳ ବିଷୟରେ ଅଧ୍ୟାପକ ଥିଲେ। ତାହାରି ଭିତରେ ସେ ନିଜ ସ୍ବପ୍ନ ସାକାର କରିବା ପାଇଁ ଅହରହ ଉଦ୍ୟମ ଜାରି ରଖିଥିଲେ । ମାଆଙ୍କ ବହୁତ ଇଛା ଥିଲା କି ଅତୁନ କିଭଳି ଜଣେ ଓଏଏସ ଅଧିକାରୀ ହେବ। କିନ୍ତୁ ଗତ ବର୍ଷ ତାଙ୍କ ପରୀକ୍ଷା ସମୟରେ ମାଆଙ୍କ ଦେହାନ୍ତ ହୋଇଥିଲା । ତଥାପି ମାଆଙ୍କ ଆଶୀର୍ବାଦ ଓ କଠିନ ପରିଶ୍ରମ ଯୋଗୁଁ ଏହି ସଫଳତା ହାସଲ କରିପାରିଛନ୍ତି ବୋଲି ସେ କହିଛନ୍ତି। ତାଙ୍କର ସଫଳତା ପାଇଁ ସେ ପ୍ରଥମେ ମାଆଙ୍କୁ ଶ୍ରେୟ ଦେଇଛନ୍ତି । ଏଥିସହ ବାପା ଭିକାରୀ ଚରଣ ପାତ୍ର ଓ ଭଉଣୀ ଅର୍ଚନା ପାତ୍ରଙ୍କୁ ମଧ୍ୟ ଶ୍ରେୟ ଦେଇଛନ୍ତି । ତାଙ୍କର ଆଶୀର୍ବାଦ, ପ୍ରେରଣା ଓ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଅତୁନ ମତବ୍ୟକ୍ତ କରିଛନ୍ତି ।

Comments are closed.