ବିଜେପିର ଭୁବନେଶ୍ୱର ଜିଲ୍ଲା ସଭାପତିଙ୍କୁ ଆକ୍ରମଣ ଅଭିଯୋଗ

ଭୁବନେଶ୍ୱର: ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ହରେକୃଷ୍ଣ ଖୁଣ୍ଟିଆଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକାମ୍ର ହାଟ ନିକଟରେ ସେ ଜଣେ ବନ୍ଧୁଙ୍କ କାର୍ଯ୍ୟାଳୟରେ ବସିଥିବା ବେଳେ ୧୦ରୁ ଅଧିକ ଦୁର୍ବୃତ୍ତ ମୁହଁରେ ରୁମାଲ ବାନ୍ଧି ତାଙ୍କୁ ଆକ୍ରମଣ କରିଥିଲେ। ହରେକୃଷ୍ଣଙ୍କୁ ନିଧୁର୍ମ୍‌ ମାଡ ମାରିବା ସହ ତାଙ୍କ ବନ୍ଧୁଙ୍କ କାର୍ଯ୍ୟାଳୟରେ ମଧ୍ୟ ବ୍ୟାପକ ଭଙ୍ଗାରୁଜୁ କରିଛନ୍ତି। ତେବେ କେଉଁ କାରଣରୁ ହରେକୃଷ୍ଣ ଖୁଣ୍ଟିଆଙ୍କ ଉପରେ ଆକ୍ରମଣ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି।

Comments are closed.