ବଜାରରେ ଯୁବକଙ୍କୁ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ !

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବରହମପୁର ବଜାରରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ବରହମପୁର ଥାନା ଅଧୀନ ଗରଡ଼ିହି ଗାଁର ଖଞ୍ଜିରି ମହାନ୍ତିଙ୍କ ପୁଅ ଶୁଭ୍ରଜିତ (୨୩) ରବିବାର ରାତିରେ ବରହମପୁର ବଜାରକୁ ବାଇକରେ ଯାଉଥିବା ସମୟରେ ତାଙ୍କୁ ୨ଜଣ ଦୁର୍ବୃତ୍ତ ବାଳିକା ହାଇସ୍କୁଲ ସମ୍ମୁଖରେ ଅତର୍କିତ ଆକ୍ରମଣ କରିଥିଲେ । ଭୁଜାଲି,  ଲୁହାଛଡ଼ ଓ ବେଣ୍ଟରେ ଯୁବକଙ୍କ ଗୋଡ଼, ମୁଣ୍ଡ ଓ ଦେହର ବିଭିନ୍ନ ସ୍ଥାନରେ ଆକ୍ରମଣ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ବରହମପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଖବରପାଇ  ବରହମପୁର ଥାନା ଅଧିକାରୀ ହେମନ୍ତ ମାଝୀ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Comments are closed.