କୋଇଲା ଚୋରି ରୋକିବାକୁ ଯାଇ ୨ ଆର୍‌ପିଏଫ୍‌ କର୍ମଚାରୀ ଗୁରୁତର

ଚାନ୍ଦବାଲି: ଚୋରା କୋଇଲା ଜବତ କରିବାକୁ ଆସି ଆକ୍ରମଣର ଶିକାର ହେଲେ ଆରପିଏଫ୍‌ କର୍ମଚାରୀ। ଏପରି ଘଟଣା ଘଟିଛି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାଲଗୁଣ୍ଡା ଅଞ୍ଚଳ ପଲାଶପୁର ଠାରେ। କୋଇଲା ଚୋରା ଚାଲାଣ ରୋକିବାକୁ ଆସିଥିବା ଖୋର୍ଦ୍ଧା ଡିଭିଜନର ପାଞ୍ଚଜଣିଆ ଆରପିଏଫ୍ ଟିମ ଉପରକୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ସୂଚନା ମିଳିଛି। କୋଇଲା ମାଫିଆଙ୍କ ଆକ୍ରମଣରେ ୨ ଜଣ ଆର୍‌ପିଏଫ୍‌ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ କର୍ମଚାରୀ ଦ୍ବୟଙ୍କ ନାମ ମୁକେଶ କୁମାର ଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା। ସେମାନଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଆରପିଏଫର କାର୍ଯ୍ୟାନୁଷ୍ଠାନରେ ଜଣେ ସାଧାରଣଲୋକ ଆହତ ହୋଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଭ୍ୟ, ଦିନକୁ ଦିନ ଧାମରା ଅଦାନୀ ପୋର୍ଟର ରେଳରୁ କୋଇଲା ଚୋରି ବଢ଼ିବାରେ ଲାଗିଛି। ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଅନେକଙ୍କ ଜୀବନ ଗଲାଣି। କୋଇଲା ଚୋରି ରୋକିବାକୁ ଭିନ୍ନ ଭିନ୍ନ ଉପାୟ କରି ବିଫଳ ହୋଇଛନ୍ତି କର୍ତ୍ତୃପକ୍ଷ।

Comments are closed.