ପାକିସ୍ତାନରେ ଗୁରୁଦ୍ଵାର ଉପରେ ଆକ୍ରମଣ – ଭାରତର ନିନ୍ଦା

ଅମୃତସର: ପାକିସ୍ତାନସ୍ଥିତ ଗୁରୁଦ୍ଵାର ନାନକାନା ସାହିବ ଉପରେ ସ୍ଥାନୀୟ ଲୋକେ ଶୁକ୍ରବାର ସନ୍ଧ୍ୟାରେ ଆକ୍ରମଣ କରିଛନ୍ତି। ସ୍ଥାନୀୟ ମୁସଲମାନମାନେ ଗୁରୁଦ୍ଵାର ଭିତରେ ବଳପୂର୍ବକ ପ୍ରବେଶ କରି ଭଙ୍ଗାରୁଜା କରିଛନ୍ତି। ରିପୋର୍ଟ ଅନୁଯାୟୀ ଗତବର୍ଷ ଅଗଷ୍ଟରେ ଗୁରୁଦ୍ଵାରର ପୂଜକଙ୍କ ଝିଅ ଜଗଜୀତ କୌରଙ୍କୁ ଅପହରଣ ପରେ ଧର୍ମାନ୍ତରୀକରଣ କରାଯାଇଥିଲା। ପରେ ଜଗଜୀତଙ୍କୁ ଜଣେ ମୁସଲମାନ ସମ୍ପ୍ରଦାୟର ଯୁବକ ସହିତ ବିବାହ କରାଯାଇଥିଲା। ଜଗଜିତଙ୍କୁ ଅପହରଣ ଓ ଧର୍ମାନ୍ତରୀକରଣକୁ ଶିଖ୍‌ମାନେ ବିରୋଧ କରିବାରୁ ଗୁରୁଦ୍ଵାରରେ ଭଙ୍ଗାରୁଜା କରାଯାଇଥିବା ଜଣାଯାଇଛି। ଏହି ଘଟଣାକୁ ଭାରତ ନିନ୍ଦା କରିଛି।

ଶିଖ ସମ୍ପ୍ରଦାୟଙ୍କ ସୁରକ୍ଷା, ନିରାପତ୍ତା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଭାରତ ପାକିସ୍ତାନ ସରକାରଙ୍କ ନିକଟରେ ଦାବି କରିଛି। ସେହିପରି ଭାରତ ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀ କ୍ୟାପନେଟ ଅମରିନ୍ଦର ସିଂହ ଏହି ଘଟଣା ଉପରେ ହସ୍ତକ୍ଷେପ କରିବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ନିବେଦନ କରିଛନ୍ତି।

Comments are closed.