ରାଜଧାନୀରେ ମାଆ ଓ ଝିଅଙ୍କୁ ଛୁରାମାଡ

ଭୁବନେଶ୍ୱର : ରାଜଧାନୀରେ ମାଆ ଓ ଝିଅଙ୍କୁ ଛୁରାମାଡ। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଅଞ୍ଚଳରେ ଆଜି ଏଭଳି ଘଟଣା ଘଟିଥିବା ନେଇ ଖବର ମିଳିଛି। ପଡୋଶୀ ଘରର ଜଣେ ଯୁବକ ମହିଳା ବେଶରେ ଘରେ ପଶି ଉକ୍ତ ମାଆ ଓ ଝିଅଙ୍କୁ ଛୁରାରେ ଆକ୍ରମଣ କରିବା ସହ ନିଜେ ମଧ୍ୟ ଆହତ ହୋଇଛନ୍ତି। ତେବେ ଛୁରାମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Comments are closed.