ଟ୍ରକ୍ ଚାଳକଙ୍କ ଗୋଡ଼କୁ ହାଣି ମୋବାଇଲ ଓ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ତୁରୁମୁଙ୍ଗା : ଗତକାଲି ରାତି ବଡ଼ବିଲରୁ ଆଇରନ୍ ବୋଝେଇ କରି ଖଡକପୁର ଯାଉଥିବା ଏକ ୧୪ଚକିଆ ଟ୍ରକ୍‌ର କ୍ରସ୍ ଭାଙ୍ଗି ଯିବାରୁ ଗତକାଲି ରାତି ୧୧ଟା ସମୟରେ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟସ୍ଥ ଧାନବେଣୀ ନିକଟରେ ଟ୍ରକ୍‌ଟି ଠିଆ ହୋଇଥିଲା । ଗାଡି ଚାଳକ ପଞ୍ଜାବ ରାଜ୍ୟ ଭଟିଣ୍ଡା ଜିଲ୍ଲା ମାଲୁକା ଗ୍ରାମର ଗୁରୁମୁଖ ସିଂ (୨୬) ଗାଡିଟିକୁ ଜଗି ରହିଥିଲେ । ଏହି ସମୟରେ ଦୁଇଟି ବାଇକ୍‌ରେ ଆସିଥିବା ୪ଜଣ ଲୁଟେରା ଗୁରୁମୁଖ ସିଂଙ୍କୁ ଟଙ୍କା ମାଗି ବିଫଳ ହେବା ପରେ ତାଙ୍କ ଗୋଡ଼କୁ ହାଣି ତାଙ୍କ ମୋବାଇଲ ଓ ନଗଦ ୧୩ ହଜାର ଟଙ୍କା ଲୁଟି ନେଇଛନ୍ତି । ଗୁରୁତର ଚାଳକ ଗୁରୁମୁଖ ସିଂଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ତୁରୁମୁଙ୍ଗା ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।

Comments are closed.