ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ, କାରଣ ଅସ୍ପଷ୍ଟ

ବ୍ରହ୍ମପୁର : ପୁରୁଣା ବ୍ରହ୍ମପୁର ସ୍ଥିତ ଗୌଡ ସାହିରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଛି। ଯୁବକ ଜଣକ ଗୁରୁତର ହୋଇଥିବା ଜଣାପଡିଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ଓ ପରେ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ବଡବଜାର ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ଯୁବକ ଜଣକ ରାତିରେ ପ୍ରାୟ ସାଢେ ନଅଟା ସମୟରେ ଏକ ମଦ ଦୋକାନ ସମ୍ମୁଖରେ ଛିଡା ହୋଇଥିଲେ। ସେହି ସମୟରେ ଯୁବକଙ୍କୁ କିଛି ବ୍ୟକ୍ତି ଖଣ୍ଡାରେ ଆକ୍ରମଣ କରିଥିବ ଜଣାପଡିଛି। ତେବେ ତାଙ୍କୁ କିଏ ଓ କାହିଁକି ଆକ୍ରମଣ କରିଛି ତାହା ସ୍ପଷ୍ଟ ହୋଇ ନାହିଁ।

Comments are closed.