ଆଠଗଡରେ ନିର୍ବାଚନୀ ହିଂସା, ୫ ଆହତ

ଆଠଗଡ : ଆଠଗଡର ନୂଆବନ୍ଧ ଗ୍ରାମରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଏଥିରେ ୫ଜଣ ଆହତ ହୋଇଥିବା ଜଣାପଡିଛି। ଏ ନେଇ ଆଠଗଡ ଥାନାରେ ଏତଲା କରାଯାଇଛି। ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ, କଟକ ଜିଲା ଆଠଗଡ ନୂଆବନ୍ଧ ଗ୍ରାମରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୫ଜଣ ଆହତ ହୋଇଛନ୍ତି।

Comments are closed.