ଗ୍ୟାସ୍‌ କଟର୍‌ରେ କାଟି ଏଟିଏମ୍‌ ଭାଙ୍ଗିରେ ଦୁର୍ବୁତ୍ତ, ଲୁଟିନେଲେ ୨୫ ଲକ୍ଷ ୨୬ହଜାର ଟଙ୍କା

ଢେଙ୍କାନାଳ: ପୁଣି ଏଟିଏମ୍‌ ଲୁଟ୍‌। ଏଥର ଏଟିଏମ୍‌ ଲୁଟେରା ଟାର୍ଗେଟ୍‌ କଲେ ଢେଙ୍କାନାଳ ସହର। ଗ୍ୟାସ୍‌ କଟରରେ ଏଟିଏମ୍‌ ଭାଙ୍ଗି ଲୁଟିନେଲେ ୨୫ଲକ୍ଷ ୨୫ହଜାର ଟଙ୍କା।
ଆଜି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ ଭାଙ୍ଗି ୨୫ଲକ୍ଷ ୨୬ହଜାର ଟଙ୍କା ଲୁଟ୍‌ କରିଛନ୍ତି ଦୁର୍ବୁତ୍ତ। ଢେଙ୍କାନାଳ ଜିଲାର ନିମବାହାଳି ଛକରେ ଥିବା ଏସ୍‌ବିଆଇ ଏଟିଏମ୍‌ ଭାଙ୍ଗି ଦୁର୍ବୁତ୍ତମାନେ ୨୫ଲକ୍ଷ ୨୬ହଜାର ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଗ୍ୟାସ୍‌ କଟରରେ କାଟି ଦୁର୍ବୁତ୍ତ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


ବିଳମ୍ବିତ ରାତି ପ୍ରାୟ ଗୋଟାଏ ସମୟରେ ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ କଡ଼ରେ ଥିବା ନିମବାହାଳି ଷ୍ଟେଟ ବ୍ୟାଙ୍କ ଏ ଟି ମ୍ ରୁ ଦୃବତ୍ତ ମାନେ ଏ ଟି ମ୍ କୁ ଗ୍ୟାସ୍‌ କଟର୍‌ ସାହାଯ୍ୟରେ କାଟି ଟଙ୍କା ନେଇ ଫେରାର୍‌ ହୋଇଯିବାରେ ସକ୍ଷମ ହୋଇଛନ୍ତି। ମୋଟଙ୍ଗା ପୁଲିସ ସହିତ ପୁଲିସ ବିଭାଗର ଉଚ୍ଚ ପଦାଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୁଟ ଘଟଣାର ଛାନଭିନ୍ ଚଳାଇଥିବା ଜଣାପଡ଼ିଛି। ତେବେ ମୋଟଙ୍ଗା ଥାନା ନିକଟ ଏବଂ ରାଜପଥ କଡ଼ ବଜାର ମଧ୍ୟରେ ଥିବା ଏସ୍‌ବିଆଇ ଏଟିମ୍‌ରୁ ଲୁଟ କରି ଦୁର୍ବୃତ୍ତମାନେ ନେଇ ପଳାଇବା ମୋଟଙ୍ଗା ପୁଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି। ୫୫ ନଂ ଜାତୀୟ ରାଜପଥରେ ପୋଲିସ ପାଟ୍ରୋଲଙ୍ଗି ଥିବା ବେଳେ ଏହି ଲୁଟ ପୁଲିସର ନିଦ ହଜାଇ ଦେଇଛି।

Comments are closed.