ଏଟିଏମ୍‍ ଇଂଟରଚେଞ୍ଜ ଦେୟ ୧୭ ଟଙ୍କାକୁ ବଢିଲା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଏଟିଏମ୍‍ରେ ଆର୍ଥିକ କାରବାର ନିମନ୍ତେ ଇଂଟରଚେଞଜ୍‍ ଦେୟ ୧୭ ଟଙ୍କାକୁ ବୃଦ୍ଧି କରିଛି। ପୂର୍ବରୁ ତାହା ୧୫ ଟଙ୍କା ଥିଲା। ଏହି ନୂତନ ଦେୟ ଚଳିତ ବର୍ଷ ଅଗଷ୍ଟ ୧ ତାରିଖ ଠାରୁ ଲାଗୁ ହେବ। ସେହିଭଳି ଅଣ ଆର୍ଥିକ କାରବାର କ୍ଷେତ୍ରରେ ଇଂଟରଚେଞ୍ଜ ଦେୟ ୫ ଟଙ୍କାରୁ ୬ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିଭଳି ମାଗଣା କାରବାର ଶେଷହେବା ପରେ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ପ୍ରତିଥର କାରବାର ସକାଶେ ୨୦ ଟଙ୍କା ଦେବାକୁ ପହିବ। ବ୍ୟାଙ୍କଗୁଡିକୁ ଅଧିକ ଇଂଟରଚେଞ୍ଜ ବାବଦ ଦେୟ ଭରଣା କରିବା ଏବଂ ସବୁକ୍ଷେତ୍ରରେ ମୂଲ୍ୟବୃଦ୍ଧି କାରଣରୁ ବ୍ୟାଙ୍କଗୁଡିକୁ ପ୍ରତି କାରବାର ନିମନ୍ତେ ୨୧ ଟଙ୍କା ଆଦାୟ କରିବାକୁ ଅନୁମତି ଦିଆଯାଇଛି। ଏହି ବୃଦ୍ଧି ୨୦୨୨ ଜାନୁଆରୀ ୧ରୁ ଲାଗୁହେବ।
ସୂଚନାଯୋଗ୍ୟ ଯେ ଗୋଟିଏ ବ୍ୟାଙ୍କର ଏଟିଏମ୍‍ ଧାରକ ଯଦି ସେହି ବ୍ୟାଙ୍କ ବ୍ୟତୀତ ଅନ୍ୟ ବ୍ୟାଙ୍କ ଏଟିଏମ୍‍ରେ କାରବାର କରନ୍ତି ତେବେ ଏଟିଏମ୍‍ କାର୍ଡ ଯୋଗାଇଥିବା ବ୍ୟାଙ୍କ ପକ୍ଷରୁ ଅନ୍ୟ ବ୍ୟାଙ୍କକୁ ଇଣ୍ଟରେୁଞ୍ଜ ଦେୟ ପ୍ରଦାନ କରାଯାଇଥାଏ। ସଂପ୍ରତି କାର୍ଡ ଜାରି କରିଥିବା ବ୍ୟାଙ୍କଗୁଡିକ ଏହିଭଳି ପ୍ରତ୍ୟେକ ଆର୍ଥିକ କାରବାର ପାଇଁ ୧୫ ଟଙ୍କା ଏବଂ ଅଣ ଆର୍ଥିକ କାରବାର ପାଇଁ ୫ ଟଙ୍କା ନେଉଛନ୍ତି। ଏହା ବୃଦ୍ଧି କରିବାକୁ ବ୍ୟାଙ୍କଗୁଡିକ ପକ୍ଷରୁ ଦାବି କରାଯାଇଆସୁଥିଲା। ତାହାକୁ ଭିତ୍ତିକରି ଭାରତୀୟ ରିଜର୍ଭ ବ୍ୟାଙ୍କ ସେହି ଦେୟରେ ବୃଦ୍ଧି ଘଟାଇଛି।

Comments are closed.