ଆଟଲାସ ପ୍ରକଳ୍ପ ପକ୍ଷରୁ ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର

ପାଟଣା :  ଓଡ଼ିଶାର ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତି କରଣ କାର୍ଯ୍ୟକ୍ରମ ଓ ଡିଜିଟାଲ ଗ୍ରିନ ଭୁବନେଶ୍ୱରଙ୍କ ସହାୟତାରେ ପାଟଣା ବ୍ଲକର ଏରେଣ୍ଡେଇ ସ୍ଥିତ ଭାରତ ସଙ୍ଗଠନ ପକ୍ଷରୁ ୫ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତି ଉପରେ ପ୍ରଶିକ୍ଷଣ ଶିବିର ୨୧ ତାରିଖ ଯାଏଁ ଅନୁଷ୍ଠିତ ହେଉଛି। ମୁଖ୍ୟତଃ ଚିତ୍ର ଉତ୍ତୋଳନ କାହାଣୀ ପ୍ରସ୍ତୁତି ଓ ସମ୍ପାଦନା ଉପରେ ଶିବିରାର୍ଥୀ ମାନଙ୍କୁ ତାଲିମ ଦିଆଯାଉଛି । ମୁଖ୍ୟ ତାଲିମ ଦାତା ଭାବେ ଡିଜିଟାଲ ଗ୍ରିନ୍ ର ଭାବନା ମହାନ୍ତି ଓ ଭାରତ ସଙ୍ଗଠନର ଶିବନାଥ ପ୍ରଧାନ ତାଲିମ ପ୍ରଦାନ କରୁଛନ୍ତି । ଶିବିରରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୧୪ ଜଣ ପ୍ରଶିକ୍ଷାର୍ଥୀ ଯୋଗ ଦେଇଛନ୍ତି । ବିଶେଷ କରି ଜୁଆଙ୍ଗ, ଲୋଧା ଓ ମାଙ୍କିଡ଼ିଆ ଜନଜାତିର ଉନ୍ନତି ପାଇଁ ଛୋଟ ଛୋଟ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ତିଆରି କରି ଦେଖାଇବା ସହ କିପରି ସେମାନଙ୍କ ଜୀବନ ଜୀବିକାର ଉନ୍ନତି ହୋଇପାରିବ ତାହା ଉପରେ ଶିବିର ରେ ଗୁରୁତ୍ବ ଦିଆଯାଉଛି । ଡିଜିଟାଲ ଗ୍ରିନର ଓଡ଼ିଶା ଓ ଝାଡ଼ଖଣ୍ଡ ମୁଖ୍ୟ ସୋନାଲି ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିର ଅନୁଷ୍ଠିତ ହେଉଥିବା ବେଳେ ଶିବିରର ଚତୁର୍ଥ ଦିବସରେ ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପୁରୁଷୋତ୍ତମ ସାହୁ ଓ ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ ଶିବିରାର୍ଥୀ ମାନଙ୍କୁ ଭେଟି ସେମାନଙ୍କର ଅଭିଜ୍ଞତା ସମ୍ପର୍କରେ ପଚାରି ବୁଝିଛନ୍ତି । ଶିବିରକୁ ରଣଜିତ ମହାନ୍ତ ଓ ତ୍ରିଲୋଚନ ମହାନ୍ତ ପ୍ରମୁଖ ପରିଚାଳନା ଗତ ସହଯୋଗ ଯୋଗାଇ ଦେଇଛନ୍ତି ।

Comments are closed.