ଗ୍ୟାସ ଟାଙ୍କି ବିସ୍ଫୋରଣ : ଜଳିଗଲା ସମ୍ପୂର୍ଣ୍ଣ ଚା’ଦୋକାନ

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ବଜ଼ାରରେ ଥିବା ଏକ  ଚା’ ଦୋକାନରେ ରବିବାର ସନ୍ଧ୍ୟାରେ  କୌଣସି କାରଣ ବଶତଃ ନିଆଁ ଲାଗିଯିବାରୁ ଦୋକାନ ଭିତରେ ଥିବା ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟିଛି । ଏଥିରେ ପ୍ରଫୁଲ୍ଲ ସାହୁଙ୍କ ଚା’ ଦୋକାନଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡିଛି । ଏହା ସହିତ ପାଖରେ ଥିବା ଦଶରଥ ରଣାଙ୍କ ପାନ ଦୋକାନ କ୍ଷତିଗ୍ରସ୍ତ ହୋଇଛି । ଖବର ପାଇ ଆଠମଲ୍ଲିକ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ରାତି ସୁଧା କ୍ଷୟକ୍ଷତି ର ଆକଳନ କରାଯାଇନାହିଁ ।

Comments are closed.