ଆଠଗଡରେ ବ୍ଲକ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ପାଇଁ କରୋନା ଟୀକାଦାନ ଶିବିର

ଆଠଗଡ: ଆଠଗଡ ବ୍ଲକର ଶିକ୍ଷକ ଶିକ୍ଷା କର୍ମଚାରୀଙ୍କ ନିମନ୍ତେ ଯୋରନ୍ଦାସ୍ଥିତ ମାଧବ ସାମନ୍ତସିଂହାର ବିଦ୍ୟାପୀଠଠାରେ ଏକ ସ୍ୱତନ୍ତ୍ର କୋଭିଡ ଟୀକାଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ଓ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ଆଠଗଡ ବ୍ଲକର ସମସ୍ତ ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଟୀକା ନେଇନଥିବା ୧୦୪ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀମାନଙ୍କୁ ଟୀକାଦାନ କରାଯାଇଥିଲା। ବ୍ରହ୍ମପୁର ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ପରିଦର୍ଶିକା ବିଚିତ୍ରପ୍ରଭା ଦେଇ, ଦିନେଶ କୁମାର ନାୟକ ଓ ବିଷ୍ଣୁପ୍ରିୟା ରାଉତ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ଟୀକା ଦେଇଥିଲେ।

ଏହି ଅବସରରେ ବିଦ୍ୟାଳୟର ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀମାନେ ଟୀକାକରଣ ପାଇଁ ସଚେତନତା କରିବା, ମାସ୍କ ବଣ୍ଟନ ସହିତ ଶିବିର ପରିଚାଳନାରେ କର୍ମଚାରୀଙ୍କୁ ସହଯୋଗ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ସାହୁ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନବକିଶୋର ସାହୁ ଓ ନିତ୍ୟାନନ୍ଦ ବେହେରା, ଯୋରନ୍ଦା ସରପଞ୍ଚ ସୂର୍ଯ୍ୟକାନ୍ତ ସ୍ୱାଇଁ ଏହି ଶିବିରରେ ଉପସ୍ଥିତ ଥିଲେ। ଆଠଗଡ ବ୍ଲକ ପ୍ରାଥମିକ ଶିକ୍ଷା ସଂଘର ସଭାପତି ନିଳମଣୀ ନାୟକ, କୁଲାଇଲୋ ସିଆରସିସି ଗଦାଧର ଲେଙ୍କା ଓ ସ୍କାଉଟ ମାଷ୍ଟର ତଥା ଶିକ୍ଷକ ସନ୍ତୋଷ କୁମାର ତ୍ରିପାଠୀ ସମସ୍ତ କାର୍ଯ୍ୟକ୍ରମ ପରଚାଳନା କରିଥିଲେ।

Comments are closed.