ବିଜୁ ଯୁବ-ଛାତ୍ର ଜନତା ପକ୍ଷରୁ ବିଶୋଧନ ଓ ତୁଣ୍ଡି ବଣ୍ଟନ

ଆଠଗଡ: ଆଠଗଡ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଦୀର୍ଘ ଦିନର ବ୍ୟବଧାନ ପରେ ଖୋଲିଥିବା ଶିକ୍ଷାନୁଷ୍ଠାନ ଗୁଡିକରେ ବ୍ୟାପକ ବିଶୋଧନ କରିବା ସହ କରୋନା ମହାମାରୀରୁ ରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ୩ୟ ପର୍ଯ୍ୟାୟରେ ନିର୍ବାଚନ ମଣ୍ଡଳୀର ୨୫ଟି ବିଦ୍ୟାଳୟ ଓ ୪ଟି ମହାବିଦ୍ୟାଳୟକୁ ସଂପୂର୍ଣ୍ଣ ବିଶୋଧନ କରାଯିବା ସହ ଛାତ୍ରଛାତ୍ରୀଙ୍କୁ ତୁଣ୍ଡି ବଣ୍ଟନ କରାଯାଇଥିଲା। ଯୁବ ସଂଗଠକ ତଥା ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ଆଦିତ୍ୟ ପ୍ରତାପ ସ୍ୱାଇଁଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ବିଜୁ ଛାତ୍ର ଜନତା ଦଳର ସଭାପତି ସତ୍ୟପ୍ରିୟ ମହାନ୍ତିଙ୍କ ନେତୃତ୍ୱରେ ବିଜୁ ଯୁବ ଛାତ୍ର ଜନତା ଦଳର ବହୁ କର୍ମକର୍ତ୍ତା ନିଜେ ଏହି ବିଶୋଧନ କାର୍ଯ୍ୟକ୍ରମ କରିବା ସହ ପ୍ରତ୍ୟେକ ସ୍କୁଲ ଓ କଲେଜରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ।

Comments are closed.