ବିକାଶମଞ୍ଚ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା

ଆଠଗଡ: ଆଠଗଡ ଅଞ୍ଚଳର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଠଗଡ ବିକାଶମଞ୍ଚ ପକ୍ଷରୁ ରାଧାଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର(ଖୁଣ୍ଟାଡାବ) ଗ୍ରାମର ୬ଟି ଅଗ୍ନିବିପନ୍ନ ପରିବାରକୁ ସହାୟତା ପ୍ରଦାନ କରାଯାଇଛି। ଗତ ଗୁରୁବାର ବିଳମ୍ବିତ ରାତ୍ରିରେ ଗୋବିନ୍ଦପୁର ଗ୍ରାମର ସନାତନ ବେଉରା, ବିଜୟ କୁମାର ବେଉରା, ଅଜୟ କୁମାର ବେଉରା, ଦିନେଶ ବେଉରା, ଅଞ୍ଚଳି ବେଉରା ଓ ଅନସୂୟା ବେଉରାଙ୍କର ୬ବଖରା ଚାଳଘର ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଥିଲା।

ସଂପୃକ୍ତ ୬ଟି ଅଗ୍ନିବିପନ୍ନ ପରିବାରର ଲୋକଙ୍କୁ ଭେଟି ବିକାଶମଞ୍ଚର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ମାନସରଞ୍ଜନ ବସ୍ତିଆ ସମବେଦନା ଜଣାଇବା ସହ ସେମାନଙ୍କୁ ଲୁଗାପଟା, ଶୁଖିଲା ଖାଦ୍ୟ ଓ ମଶାରୀ ବଣ୍ଟନ କରିଥିଲେ। ଅଗ୍ନିବିପନ୍ନ ପରିବାରଗୁଡିକ ଶ୍ରୀ ବସ୍ତିଆ ଓ ବିକାଶ ମଞ୍ଚର କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଥିଲେ।

Comments are closed.