୩ଟି ଗ୍ରାମ ଆଂଶିକ ଆବଦ୍ଧାଞ୍ଚଳ ଘୋଷିତ

ଆଠଗଡ: ଆଠଗଡ ବ୍ଲକର କୁଲାଇଲୋ, କନ୍ଦରପୁରର ଟାଙ୍ଗିସାହି ଏବଂ ସଠିଲୋ ଗ୍ରାମକୁ ୧୦ଦିନ ପାଇଁ ଆଂଶିକ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। କୁଲାଇଲୋରୁ ୭ଜଣ, କନ୍ଦରପୁର ଟାଙ୍ଗିସାହିରୁ ୧୨ଜଣ ଏବଂ ସଠିଲୋ ଗ୍ରାମରୁ ୧୦ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆଂଶିକ ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। ବ୍ଲକ କର୍ତ୍ତୃପକ୍ଷ ଓ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କ ରିପୋର୍ଟ ଆଧାରରେ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସଂପୃକ୍ତ ୩ଟି ଗ୍ରାମକୁ ଜୁଲାଇ ୨୫ତାରିଖ ସକାଳ ୬ଘଟିକା ଠାରୁ ଅଗଷ୍ଟ ୩ତାରିଖ ରାତି ୧୦ଘଟିକା ପର୍ଯ୍ୟନ୍ତ ଏହି କଟକଣା ଜାରି କରିଛନ୍ତି। ସଂପୃକ୍ତ ଗ୍ରାମଗୁଡିକର ପ୍ରବେଶପଥକୁ ବାଉଁଶବାଡ ଦ୍ୱାରା ଆବଦ୍ଧ କରାଯାଇଥିବା ବେଳେ ଲୋକଙ୍କ ଯିବାଆସିବାକୁ ବାରଣ କରାଯାଇଛି। ଏହି ସମୟ ମଧ୍ୟରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କର କୋଭିଡ ପରୀକ୍ଷା କରାଇବାକୁ ଉପଜିଲ୍ଲାପାଳ ବ୍ରହ୍ମପୁର ସିଏଚସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Comments are closed.