ବିଜେପି ପକ୍ଷରୁ ସଚେତନତା ଓ ବିଶୋଧନ

ଆଠଗଡ: ଭାରତୀୟ ଜନତା ପାର୍ଟିର ସେବା ସପ୍ତାହର ଅନ୍ତିମ ପର୍ଯ୍ୟାୟରେ ଆଠଗଡ ସହରର କେତେକ ୱାର୍ଡରେ ରବିବାର କରୋନା ସଚେତନତା ଓ ବିଶୋଧନ କରାଯିବା ସହ ଲୋକଙ୍କୁ ତୁଣ୍ଡି ବଣ୍ଟନ କରାଯାଇଥିଲା। ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟଙ୍କ ପରାମର୍ଶକ୍ରମେ ନଗର ମଣ୍ଡଳ ସଭାପତି ନଚିକେତା ପରମାଣିକ ଓ ଜିଲ୍ଲା ସାଧାରଣ ସଂପାଦକ ରାମନାରାୟଣ ମହାନ୍ତିଙ୍କ ନେତୃତ୍ୱରେ ୨ନଂ ୱାର୍ଡ ଅନ୍ତର୍ଗତ ପଦ୍ମସାହି ଓ ୩ନଂ ୱାର୍ଡ ଅନ୍ତର୍ଗତ ଗଦାସାହି ଅଞ୍ଚଳରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ସିଞ୍ଚନ ମେସିନ ସାହାର୍ଯ୍ୟରେ ୨ଟି ଯାକ ୱାର୍ଡ ଅଞ୍ଚଳକୁ ବିଶୋଧନ କରାଯିବା ସହ ଶତାଧିକ ଲୋକଙ୍କୁ ତୁଣ୍ଡି ବଣ୍ଟନ କରାଯାଇଥିଲା।

ଜିଲ୍ଲା ସଂପାଦକ ପ୍ରକାଶ କୁମାର ସେଠୀ, ନଗର ମଣ୍ଡଳ ସଂପାଦକ ରମାକାନ୍ତ ସେନାପତି, ହେମନ୍ତ ମହାନ୍ତି, ହିମାଂଶୁ ସାହୁ, ପ୍ରଶାନ୍ତ ସାହୁ, ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଜଗଦୀଶ କବି, ପର୍ଶୁରାମ ବେହେରା, ସୌମେନ୍ଦ୍ର ଦାଶ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।

Comments are closed.