ମାଟିକୋଟ ଗ୍ରାମ ୧୦ଦିନ ପାଇଁ ଆବଦ୍ଧାଞ୍ଚଳ

ଆଠଗଡ: ଆଠଗଡ ବ୍ଲକ ଅନ୍ତର୍ଗତ ଜେନାପଦା ପଞ୍ଚାୟତ ଅଧିନ ମାଟିକୋଟ ଗ୍ରାମରେ ଶନିବାର ସୁଦ୍ଧା ୧୫ରୁ ଉର୍ଦ୍ଧ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆଠଗଡ ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମକୁ ୧୦ଦିନ ପାଇଁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। ୧୩ତାରିଖ ସକାଳ ୬ଟା ଠାରୁ ୨୨ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଉକ୍ତ ଗ୍ରାମକୁ ଆବଦ୍ଧଅଞ୍ଚଳ ଭାବେ ଘୋଷଣା କରାଯିବା ସହ ଗ୍ରାମକୁ ଥିବା ସମସ୍ତ ପ୍ରବେଶ ପଥକୁ ବାଉଁଶ ବାଡରେ ଆବଦ୍ଧ କରାଯାଇଛି।

ଏହି ୧୦ଦିନ ସମୟ ମଧ୍ୟରେ ଗ୍ରାମ ଭିତରକୁ ଏବଂ ଗ୍ରାମ ବାହାରକୁ ଯିବା ଆସିବା ଉପରେ କଟକଣା ଜାରି କରାଯାଇଥିବାବେଳେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କର କୋଭିଡ ପରୀକ୍ଷା କରାଇବା, ଗ୍ରାମକୁ ବିଶୋଧନ କରିବା ଲାଗି ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି।

Comments are closed.