ରେଭେନ୍ସା ବାଳିକା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଅଭିଯାନ

କଟକ: କଟକସ୍ଥିତ ରେଭେନ୍ସା ବାଳିକା ହାଇସ୍କୁଲ ଏନସିସି ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଜନସଚେତନତା ପାଇଁ ହର ଘର ତ୍ରିରଙ୍ଗା ଅଭିଯାନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସମର ଶିକ୍ଷାର୍ଥୀ ବାହିନୀର କମାଡିଙ୍ଗ ଅଫିସର ତଥା ଶିକ୍ଷୟିତ୍ରୀ କଳ୍ପନା ନନ୍ଦଙ୍କ ନେତୃତ୍ୱରେ ଏନସିସି ଛାତ୍ରୀମାନେ ହାତରେ ଜାତୀୟ ପତାକା ଧରି ଏକ ଶୋଭାଯାତ୍ରାରେ ବିଦ୍ୟାଳୟରୁ ବାହାରି ଜେଲରୋଡ, ଗଙ୍ଗା ମନ୍ଦିର, ଚୌଧୁରୀ ବଜାର ଓ ଅନ୍ୟ ଅଞ୍ଚଳ ପରିକ୍ରମା କରି ଓଡିଆ ବଜାର ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟରେ ପହଞ୍ଚି ଥିଲେ। ସେଠାରେ ଏନସିସି ଶିକ୍ଷୟିତ୍ରୀ ଶ୍ରୀମତୀ ନନ୍ଦ ଓ ଅନ୍ୟ ଶିକ୍ଷୟିତ୍ରୀମାନେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ। ଏନସିସି ଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ ଦେଇ ଆଜାଦି କା ଅମୃତ ମହୋତ୍ସବକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ନିଜ ଘରେ ଜାତୀୟ ପତାକା ଉଡାଇବାକୁ ଲୋକଙ୍କୁ ସଚେତନ କରିଥିଲେ।

Comments are closed.