ସାପ କାମୁଡାରେ ଯୁବକ ମୃତ

ଆଠଗଡ଼: ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ପଞ୍ଚାୟତ ଅଧିନ ଗୋଡିଝରିଆର ସାରିଆପଦା ଗ୍ରାମରେ ସାପକାମୁଡାରେ ଜଣେ ଯୁବକ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମେଘନାଦ ପ୍ରଧାନଙ୍କ ପୁଅ ରଞ୍ଜିତ (୨୮) ଗୁରୁବାର ଦ୍ୱିପ୍ରହର ସମୟରେ ଘରେ ଶୋଇଥିବା ବେଳେ ତାଙ୍କୁ କୌଣସି ଏକ ବିଷଧର ସର୍ପ କାମୁଡିଥିଲା। ତାଙ୍କ ଚିତ୍କାର ଶୁଣି ପରିବାର ଲୋକ ତାଙ୍କୁ ତୁରନ୍ତ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ଚାଲିଥିବା ସମୟରେ ରଞ୍ଜିତଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୁଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

Comments are closed.