ପୋଖରୀରେ ବୁଡି ଯୁବକ ମୃତ

ଆଠଗଡ଼: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳଭାଗ ଗ୍ରାମର ଜଣେ ଯୁବକ ପଦ୍ମଫୁଲ ତୋଳିବା ପାଇଁ ପୋଖରୀ ଭିତରକୁ ଯାଇଥିବାବେଳେ ପାଣିରେ ବୁଡି ପ୍ରାଣ ହରାଇଥିବା ଜଣାପଡ଼ିଛି। ଗହ୍ମାପୂର୍ଣ୍ଣିମାରେ ପୂଜା ଲାଗି ପଦ୍ମଫୁଲ ତୋଳିବାକୁ ଯାଇଥିବା ଡାଳଭାଗ ଗ୍ରାମର ମୁରଲୀ ବେହେରାଙ୍କ ପୁଅ ଅନାମ ବେହେରା (୩୫) ପୋଖରୀ ମଧ୍ୟରେ ଥିବା ପଦ୍ମନାଡ ଓ ଦଳ ମଧ୍ୟରେ ଗୁଡେଇ ହୋଇ ବୁଡି ଯାଇଥିଲେ। ଖବରପାଇ ଆଠଗଡ଼ ଅଗ୍ନିସମ ବିଭାଗର ମୁଖ୍ୟ ଆଗ୍ନିକ ସୁଶାନ୍ତ ସାମଲ, ଆଗ୍ନିକ ଦ୍ୱିପେନ କୁମାର ସାହୁ, ଅନୁଜ ସେଠୀ, ଜଗଦୀଶ ସାମଲ ଓ ଦୀପକ ସାହୁ ସଦଳବଳେ ପହଞ୍ଚି ପୋଖରୀ ଭିତରୁ ଅନାମଙ୍କୁ ଉଦ୍ଧାର କରି ଆଠଗଡ଼ ଡାକ୍ତରଖାନା ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଖୁଣ୍ଟୁଣୀ ପୁଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଚେଦ କରାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

Comments are closed.