ମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ବ୍ରହ୍ମାକୁମାରୀ

ଆଠଗଡ଼: ପବିତ୍ର ରକ୍ଷାବନ୍ଧନ ଉତ୍ସବ ଅବସରରେ ଆଠଗଡ଼ସ୍ଥିତ ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖାର ମୁଖ୍ୟ ବ୍ରହ୍ମକୁମାରୀ ରୀତା ଓ ଅନ୍ୟମାନେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଏଥି ସହିତ ଆଠଗଡ଼ କେନ୍ଦ୍ର ମୁଖ୍ୟ ବ୍ରହ୍ମକୁମାରୀ ରୀତା, ଏନଏସି ନଗରପାଳ ସସ୍ମିତା ରାଉତ, ଉପଖଣ୍ଡ ପୁଲିସ ଅଧିକାରୀ ବିଜୟ କୁମାର ବିଶି ଏବଂ ଅନ୍ୟ ଅଧିକାରୀ ଓ ସାମ୍ବାଦିକମାନଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିଥିଲେ। ବିଜୁ ଜନତା ଦଳ କାର୍ଯ୍ୟାଳୟ ସୂର୍ଯ୍ୟଭବନଠାରେ ଉପସ୍ଥିତ ଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ହାତରେ ଏନଏସି ନଗରପାଳ ଶ୍ରୀମତୀ ରାଉତ, ପୂର୍ବତନ ନଗରପାଳ ସୁବର୍ଣ୍ଣମଞ୍ଜରୀ ଭଞ୍ଜ, ଏନଏସି ମହିଳା ବିଜେଡି ସଭାନେତ୍ରୀ ରଞ୍ଜିତା ଭକ୍ତାଙ୍କ ସମେତ ଦଳର ବହୁ ମହିଳା ନେତ୍ରୀ ଓ କର୍ମୀ ମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଥିଲେ।

Comments are closed.