ଶୋଇବା ଘରୁ ନାଗସାପ ଉଦ୍ଧାର

ଆଠଗଡ : ଆଠଗଡ ବ୍ଲକ ଅନ୍ତର୍ଗତ ତୋଟାପଡା ଗ୍ରାମରେ ଜଣେ ଲୋକଙ୍କ ଶୋଇବା କକ୍ଷରୁ ଏକ ୪ଫୁଟ ଲମ୍ବର ନାଗସାପ ଉଦ୍ଧାର କରାଯାଇଛି। ତୋଟାପଡା ଗ୍ରାମର ପ୍ରତାପ ଚନ୍ଦ୍ର ସ୍ୱାଇଁ ସୋମବାର ରାତିରେ ଶୋଇଥିବାବେଳେ ସାପ ଗର୍ଜନ ଶୁଣି ଉଠିପଡି ଶୋଇବା କକ୍ଷରେ ନାଗସାପଟି ଥିବା ଦେଖି ଭୟଭୀତ ହୋଇପଡିଥିଲେ। ଏ ସଂପର୍କରେ ସେ ଆଠଗଡ ସାପ ଧରାଳି ତଥା ସ୍ନେକ ହେଲ୍ପଲାଇନ ସଦସ୍ୟ ସୁଶାନ୍ତ କୁମାର ପାତ୍ରଙ୍କୁ ଖବର ଦେବା ପରେ ସୁଶାନ୍ତ ତୁରନ୍ତ ସେଠାରେ ପହଞ୍ଚି ତାଙ୍କ ଶୋଇବା କକ୍ଷ ମଧ୍ୟରୁ ସାପଟିକୁ ଉଦ୍ଧାର କରି ନିକଟବର୍ତ୍ତୀ ଜଙ୍ଗଳରେ ଛାଡି ଦେଇଥିବା ଜଣାପଡିଛି।

Comments are closed.