ଆଠଗଡ଼ ବ୍ଲକରେ ୯୮.୩୯ ପ୍ରତିଶତ ମାଟ୍ରିକ ଫଳ, ଦେବୀପ୍ରସାଦ ବ୍ଲକ ଟପ୍ପର

ଆଠଗଡ଼: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ଫଳ ବୁଧବାର ପ୍ରକାଶ ପାଇଥିବାବେଳେ ଆଠଗଡ଼ ବ୍ଲକରେ ୯୮.୩୯ ପ୍ରତିଶତ ପାଶ୍‍ ହାର ରହିଥିବା ଜଣାପଡ଼ିଛି। ଖୁଣ୍ଟୁକଟା ନୋଡାଲ ହାଇସ୍କଲର ଛାତ୍ର ଦେବୀପ୍ରସାଦ ସାହୁ ମୋଟ ୬୦୦ ନମ୍ବରରୁ ୫୮୫ନମ୍ବର ରଖି ବ୍ଲକ ଟପ୍ପର ହୋଇଥିବାବେଳେ ୨ୟ ସ୍ଥାନରେ ଖୁଣ୍ଟୁଣୀ ରାଧାନାଥ ବିଦ୍ୟାପୀଠର ସୁଚିସ୍ମିତା ସାହୁ ୫୭୭ ଏବଂ ୩ୟରେ ଆଠଗଡ଼ ବିଶ୍ୱନାଥ ବିଦ୍ୟାପୀଠର ଛାତ୍ର ନିଳକଣ୍ଠ ଦାଶ ୫୭୦ ନମ୍ବର ରଖିଥିବା ଜଣାପଡ଼ିଛି। ଆଠଗଡ଼ ବ୍ଲକର ୩୫ଟି ସରକାରୀ ହାଇସ୍କୁଲରେ ମୋଟ ୧୯୮୫ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବାବେଳେ ୧୯୫୩ଜଣ କୃତକାର୍ଯ୍ୟ ହୋଇଛନ୍ତି ଏବଂ କେବଳ ୩୨ଜଣ ଫେଲ୍‍ ହୋଇଥିବା ମଣ୍ଡଳ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲଙ୍କ ସୁତ୍ରରୁ ପ୍ରକାଶ। ୩୪ଜଣ ପରୀକ୍ଷାର୍ଥୀ ଏ୧ ଗ୍ରେଡରେ, ୨୮୦ଜଣ ଏ୨ ଗ୍ରେଡରେ, ୪୨୪ଜଣ ବି୧ ଗ୍ରେଡରେ, ୪୬୧ଜଣ ବି୨ ଗ୍ରେଡରେ, ୪୦୧ଜଣ ସି ଗ୍ରେଡରେ, ୨୫୯ଜଣ ଡି ଗ୍ରେଡରେ, ୬୨ଜଣ ଇ ଗ୍ରେଡରେ କୃତକାର୍ଯ୍ୟ ହୋଇଛନ୍ତି।

ଆଠଗଡ଼ ବିଶ୍ୱନାଥ ବିଦ୍ୟାପୀଠରେ ୧୨୫ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ଶତପ୍ରତିଶତ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଏ୧ ଗ୍ରେଡର ୬ଜଣ, ଏ୨ରେ ୪୭ଜଣ, ବି୧ ରେ ୩୫ଜଣ, ବି୨ରେ ୧୯ଜଣ, ସି ଗ୍ରେଡରେ ୧୩ଜଣ , ଡି ଗ୍ରେଡରେ ୫ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଛାତ୍ର ନୀଳକଣ୍ଠ ଦାଶ ୫୭୦ନମ୍ବର ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି ବୋଲି ଭାରପ୍ରାପ୍ତ ପ୍ରଧାନଶକ୍ଷୟିତ୍ରୀ ଉଷାରାଣୀ ପତିଙ୍କ ସୁତ୍ରରୁ ପ୍ରକାଶ। ସେହିପରି ସହରର ସରକାରୀ ବାଳିକା ହାଇସ୍କୁଲରେ ୧୧୫ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଜଣେ ଏ୧ ଗ୍ରେଡରେ, ୨୫ଜଣ ଏ୨ ଗ୍ରେଡରେ, ୩୭ଜଣ ବି୧ ଗ୍ରେଡରେ, ୨୮ଜଣ ବି୨ ଗ୍ରେଡେରେ ୧୧ଜଣ ସି ଗ୍ରେଡରେ , ୫ଜଣ ଡି ଗ୍ରେଡରେ ଜଣେ ଇ ଗ୍ରେଡ ଓ ୪ଜଣ ଏଫ୍‍ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଛାତ୍ରୀ କାଜଲ ପ୍ରିୟଦର୍ଶିନୀ ଜେନା ୫୬୭ନମ୍ବର ରଖି ବିଦ୍ୟାଳୟ ଟପ୍ପର ହୋଇଥିବା ପ୍ରଧାନଶିକ୍ଷକ ଶଙ୍କର୍ଷଣ ସାହୁଙ୍କ ସୁତ୍ରରୁ ପ୍ରକାଶ। ସେହିପରି ଆଠଗଡ଼ ବାଣୀକଣ୍ଠନଗରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ୩୦ଜଣ ପରୀକ୍ଷା ଦେଇଥିବାବେଳେ ସେଠାରେ ଶତପ୍ରତିଶତ ଫଳାଫଳ ହୋଇଛି। ଏ୧ ଗ୍ରେଡରେ ୭ଜଣ, ଏ୨ ଗ୍ରେଡରେ ୧୨ଜଣ ବି୧ ଗ୍ରେଡରେ ୮ଜଣ ଏବଂ ବି୨ ଗ୍ରେଡରେ ୩ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଆଦ୍ୟା ଅନ୍ୱେଷା ଦାଶ ୫୭୧ ନମ୍ବର ରଖି ବିଦ୍ୟାଳୟ ଟପ୍ପର ହୋଇଥିବା ପରିଚାଳନା କମିଟି ସଭାପତି ତ୍ରିଲୋଚନ ଦାଶଙ୍କ ସୁତ୍ରରୁ ପ୍ରକାଶ। ଆଠଗଡ଼ର ବ୍ଲକରେ ଟପ୍ପର ହୋଇଥିବା ଖୁଣ୍ଟୁକଟା ହାଇସ୍କୁଲର ଛାତ୍ର ଦେବୀପ୍ରସାଦ ସାହୁ ତାଙ୍କ ପ୍ରତିକ୍ରିୟାରେ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ଗରିବଗୁରୁବା ଲୋକଙ୍କ ଚିକିତ୍ସା ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି।

Comments are closed.