ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ

ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ ମୁଣ୍ଡଳି ପୋଲ ନିକଟରେ ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳଠାରୁ ଶନିବାର ସକାଳ ପର୍ଯ୍ୟନ୍ତ ଏକ ବୁଲେଟ ମୋଟରସାଇକେଲ ରଖାଯାଇଥିବା ସ୍ଥାନୀୟ ଲୋକ ଦେଖି ପୁଲିସ କୁ ସୂଚନା ଦେଇଥିଲେ। ବୁଲେଟ ମୋଟର ସାଇକେଲରେ ଆସିଥିବା ଯୁବକ ଜଣଙ୍କ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ସନ୍ତୋଶ ମହାନ୍ତିଙ୍କ ପୁଅ ପ୍ରସନ୍ନଜିତ୍‍ ମହାନ୍ତି(୪୦) ଏବଂ ସେ ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟରତ ବୋଲି ଖବରପାଇ ମୁଣ୍ଡଳିକୁ ଆସିଥିବା ତାଙ୍କ ପରିବାର ସୁତ୍ରରୁ ଜଣାପଡ଼ିଛି। ପ୍ରସନ୍ନଜିତ୍‍ ସେଠାରେ ବୁଲେଟକୁ ରଖି ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି। କିଛି କୈବର୍ତ୍ତ ନଦୀ ମଧ୍ୟରେ ଗତ ରାତିରେ ମାଛ ମାରୁଥିବାବେଳେ ପାଣିରେ କିଛି ଓଜନଦାର ଜିନିଷ ପଡ଼ିବାର ଶବ୍ଦ ମଧ୍ୟ ଶୁଣିଥିଲେ। ପ୍ରସନ୍ନଜିତ୍‍ଙ୍କ ପତ୍ନୀ ଶୋଭନା ପଟ୍ଟନାୟକ, ସ୍ୱାମୀଙ୍କ ନିଖୋଜ ସଂପର୍କୀତ ଏକ ଏତଲା ଆଠଗଡ଼ ଥାନାରେ ଦେଇଥିବା ଜଣାପଡ଼ିଛି।

Comments are closed.