ଆଠଗଡ଼ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା

ଆଠଗଡ଼: ଆଠଗଡ଼ ସାମ୍ବାଦିକ ସଂଘର ଏକ ବୈଠକ ସ୍ଥାନୀୟ ପୂର୍ତ୍ତବିଭାଗ ଡାକବଙ୍ଗଳାରେ ଶନିବାର ଅନୁଷ୍ଠିତ ହେବା ସହ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ସନାତନ ରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ସାମ୍ବାଦିକମାନେ ପ୍ରଥମେ ସେମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବା ସହ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଅର୍ଦ୍ଧେନ୍ଦୁ ମହାନ୍ତିଙ୍କୁ ସଭାପତି, ଉପସଭାପତି ଭାବେ ବିଷ୍ଣୁପ୍ରସାଦ ଦାସ, ସଂପାଦକ ରୂପେ ବିଭୂତି ଭୂଷଣ ଖଟୁଆ, ସହସଂପାଦକ ଭାବେ ସଂଯୋଗ ସାମନ୍ତ, କୋଷାଧ୍ୟକ୍ଷ ଦିଲ୍ଲିପ କୁମାର ଦାସ, ଉପଦେଷ୍ଟା ମଣ୍ଡଳି ସଦସ୍ୟ ଭାବେ ସନାତନ ରାୟ, ଚନ୍ଦ୍ରକାନ୍ତ ମିଶ୍ର ଓ ସତ୍ୟପ୍ରକାଶ ରଥଙ୍କୁ ସର୍ବ ସମସ୍ତକ୍ରମେ ନିର୍ବାଚିତ କରାଯାଇଥିଲା। ସାମ୍ବାଦିକ ସଂଜୟ କୁମାର ମହାନ୍ତି, ବିଶ୍ୱଜିତ ରାଉତ, ସ୍ୱରାଜ ପଣ୍ଡା, ମାନସ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଲେ ବିରୁପାକ୍ଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.