ଅଟ୍ଟାଳି ଜଗନ୍ନାଥଙ୍କ ରଥକାଠ ଅନୁକୁଳ

ଆଠଗଡ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଠଗଡର ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କର ରଥ ନିର୍ମାଣ ଲାଗି ରଥକାଠ ଅନୁକୁଳ ପରମ୍ପରା ଅନୁଯାୟୀ କରାଯାଇଛି। କୋଭିଡ କଟକଣା ଯୋଗୁଁ ଅଟ୍ଟାଳି ଜଗନ୍ନାଥଙ୍କ ମନ୍ଦିର ମୁଖ୍ୟପାଠକ ବନ୍ଦ କରାଯାଇ କେବଳ ୪ଜଣଙ୍କର ଉପସ୍ଥିତିରେ ରଥକାଠ ଅନୁକୁଳ କରାଯାଇଥିଲା।

ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ଦିରର ଅନ୍ୟତମ ବଡପଣ୍ଡା ସୁଶାନ୍ତ କୁମାର ପଣ୍ଡା ରଥନିର୍ମାଣ ପାଇଁ ଏକ ନୂତନ କାଠକୁ ରଥକାଠ ଅନୁକୁଳ ପାଇଁ ପାରମ୍ପରିକ ନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ। ଦେବୋତ୍ତର ବିଭାଗ ସହାୟକ ଭବାନୀ ଶଙ୍କର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମହାରଣା ସେବାୟତ ଭାଷ୍କର ମହାରଣା ଓ ଅନ୍ୟ ସେବାୟତ ପୂଜାନୀତିରେ ସହଯୋଗ କରିଥିଲେ।

Comments are closed.