ସ୍କୁଟି ସହ ୭୭ ଲିଟର ମଦ ଜବତ, ୩ ଗିରଫ

ଆଠଗଡ଼: ଆଠଗଡ଼ ଅବକାରୀ ଏବଂ ଆଠଗଡ଼ ପୁଲିସ ପକ୍ଷରୁ ପୃଥକ ଭାବେ ଗୁରୁବାର ଚଢାଉ କରାଯାଇ ଏକ ସ୍କୁଟି ସହିତ ୭୭ଲିଟର ଦେଶୀମଦ ଜବତ କରାଯିବା ସହ ଏଥିରେ ସଂପୃକ୍ତ ୩ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଆଠଗଡ଼ ଅବକାରୀ ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀ ଓ ଉପନିରୀକ୍ଷକ ବିଜୟ କୁମାର ଭଞ୍ଜଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢାଉରେ ଆଠଗଡ଼ ସହରର ହରିଜନ ସାହିର ଟିକି ନାଏକ ଓ କରିକୋଲର ରାହାସ ବେହେରାଙ୍କଠାରୁ ୩୭ଲିଟର ଦେଶୀମଦ ଜବତ କରାଯିବା ସହ ସେମାନଙ୍କୁ ଗିରଫ କରାଯାଇଛି।

ସେହିପରି ଆଠଗଡ଼ ଥାନା ଆଇଆଇସି ବାମଦେବ ସ୍ୱାଇଁଙ୍କ ନେତୃତ୍ୱରେ ପୁଲିସ ହେମମାଳପୁର ନିକଟରୁ ଏକ ଟିଭିଏସ ସ୍କୁଟିରେ ଚାଲାଣ ହେଉଥିବା ୪୦ଲିଟର ଦେଶୀମଦ ଜବତ କରିବା ସହ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଦେଓପଡ଼ା ଗ୍ରାମର ରଞ୍ଜନ ଦାସଙ୍କୁ ଗିରଫ କରିଥିଲେ।

Comments are closed.