ଅବକାରୀ କାର୍ଯ୍ୟାଳୟ ଓ ମୁଖ୍ୟ ଡାକଘର ସଟ୍‍ ଡାଉନ

ଆଠଗଡ: ଆଠଗଡ ଅବକାରୀ ବିଭାଗର ଜଣେ ଅଧିକାରୀ ଓ ଜଣେ କର୍ମଚାରୀଙ୍କ ପତ୍ନୀ କରୋନା ଆକ୍ରାନ୍ତ ହେବା ପରେ ଉକ୍ତ କାର୍ଯ୍ୟାଳୟକୁ ୬୨ଘଣ୍ଟା ପାଇଁ ବନ୍ଦ କରିଦିଆଯାଇଛି। ସେହିପରି ଆଠଗଡ ମୁଖ୍ୟ ଡାକଘରର ୨ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହେବା ଫଳରେ ମୁଖ୍ୟ ଡାକଘରକୁ ମଧ୍ୟ ୩ଦିନ ପାଇଁ ବନ୍ଦ ରଖାଯାଇଛି। ଉଭୟ କାର୍ଯ୍ୟାଳୟକୁ ବିଶୋଧନ କରାଯାଇଥିବା ଜଣାପଡିଛି। ପୂର୍ବରୁ ଏନଏସି କାର୍ଯ୍ୟାଳୟରେ ମଧ୍ୟ ୨ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ଉକ୍ତ କାର୍ଯ୍ୟାଳୟକୁ ସୋମବାର ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି।

Comments are closed.