ସାପୁଆ ନଦୀରେ ବୁଡି ବୃଦ୍ଧ ମୃତ

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ କରିକୋଲ ଗ୍ରାମର ଜଣେ ବୃଦ୍ଧ ଶୁକ୍ରବାର ସାପୁଆନଦୀରେ ଗାଧୋଇବା ବେଳେ ପାଣିରେ ବୁଡିଯାଇ ମୃତ୍ୟୁବରଣ କରିଥିବା ଜଣାପଡିଛି। ଉତ୍ସବ ମଲ୍ଲିକ (୭୦) ନାମକ ଏହି ବ୍ୟକ୍ତି ସକାଳେ ସାପୁଆନଦୀରେ ଗାଧୋଇବା ବେଳେ କୌଣସି କାରଣରୁ ଗଭୀର ଜଳରେ ବୁଡିଯାଇଥିଲେ। ଦୀର୍ଘ ସମୟ ଧରି ଘରକୁ ନଫରିବାରୁ ପରିବାର ଲୋକ ଖୋଜାଖୋଜି କରି ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ତେବେ ଅପରାହ୍ନ ୩ଟା ବେଳେ ଉତ୍ସବଙ୍କ ମୃତ ଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକ ପୁଲିସ ଓ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଆଠଗଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହ ଉଦ୍ଧାର କରି ଆଠଗଡ ଡାକ୍ତରଖାନାକୁ ଆଣିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଶବକୁ ବ୍ୟବଚ୍ଛେଦ କରାଯାଇଥିଲା।

Comments are closed.