ବିଦ୍ୟାଳୟ ରୂପାନ୍ତରିକରଣର ସୁଫଳ ପାଇବେ ବିଦ୍ୟାର୍ଥୀ

ଆଠଗଡ: ଆଠଗଡର ବ୍ଲକର ବେଣ୍ଟପଦା ନୋଡାଲ ଉଚ୍ଚ ବିଦ୍ୟାଳୟକୁ ରାଜ୍ୟସରକାରଙ୍କ ୫-ଟି ବିଭାଗ ଦ୍ୱାରା ବିଦ୍ୟାଳୟ ରୂପାନ୍ତରିକରଣ ଯୋଜନାରେ ସାମିଲ କରାଯାଇଛି। ଏହାର ସଫଳ ରୂପାୟନ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବେଣ୍ଟପଦା ସରପଞ୍ଚ କନକଲତା ସାହୁ, ବିଦ୍ୟାଳୟର ଅନ୍ୟତମ ପ୍ରମୁଖ ପ୍ରତିଷ୍ଠାତା ବିଜୟ କୁମାର ମହାନ୍ତି, ଶିକ୍ଷାବିତ୍‍ ଚୈତନ୍ୟ ବେହେରା, ଗ୍ରାମର ବରିଷ୍ଠ ନାଗରିକ ତଥା ସମାଜସେବୀ ନିରୂପମା ଭଞ୍ଜ ଓ ରାଧାକୃଷ୍ଣ ପଟ୍ଟନାୟକଙ୍କ ସମେତ ଅନେକ ଶିକ୍ଷାପ୍ରେମୀ ତଥା ବୟଜ୍ୟେଷ୍ଠ ବ୍ୟକ୍ତି ଯୋଗଦେଇ ବେଣ୍ଟପଦା ହାଇସ୍କୁଲକୁ ଏହି ଯୋଜନାରେ ସାମିଲ କରିଥିବାରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟ ବିଧାୟକଙ୍କୁ ସାଧୁବାଦ ଜଣାଇଥିଲେ।

ଏହି ଯୋଜନାରେ ବିଦ୍ୟାଳୟର ଭିତ୍ତିଭୂମି ଓ ଶୈକ୍ଷିକ ବାତାବରଣରେ ବିକାଶ ଘଟିଲେ ଏହାର ସୁଫଳ ବିଦ୍ୟାର୍ଥୀମାନେ ନିଶ୍ଚିତ ପାଇବେ ବୋଲି ସେମାନେ ମତବ୍ୟକ୍ତକରିଥିଲେ। ଏହି ବିଦ୍ୟାଳୟ ରୂପାନ୍ତରିକରଣ ଯୋଜନାରେ ହେବାକୁ ଥିବା ବିକାଶମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରାଯିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ କିପରି ଏହାର କାର୍ଯ୍ୟ ସଂପୂର୍ଣ୍ଣ କରାଯିବ ସେଥିପାଇଁ ପ୍ରଧାନଶିକ୍ଷକ ଶ୍ରୀ ସାହୁ ସମସ୍ତଙ୍କର ସହଯୋଗ ଲୋଡିଥିଲେ। ଶିକ୍ଷକ ନାରାୟଣ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.