ବିଶ୍ୱନାଥ ବିଦ୍ୟାପୀଠରେ ଅଭିଭାବକ-ଶିକ୍ଷକ ବୈଠକ

ଆଠଗଡ: ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶନିବାର ଏକ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଉଷାରାଣୀ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପର୍ଯ୍ୟବେକ୍ଷକ ଭାବେ ଶକ୍ତିପ୍ରସାଦ ପାଳ ଯୋଗଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀକାନ୍ତ କୁମାର ବେହେରା ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।

ଏହି ବୈଠକରେ ବହୁ ଅଭିଭାବକ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକରେ ପ୍ରଥମତଃ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କର ପ୍ରାରମ୍ଭିକ ଆକଳନ ଓ ଆବଶ୍ୟକତା ସଂପର୍କରେ ଆଲୋଚନା କରାଯାଇଥିଲା। ଦ୍ୱିତୀୟତଃ ନବମ ଓ ୧୦ମ ଶ୍ରେଣୀ ପାଇଁ ନୂଆକରି ଲାଗୁ କରାଯାଇଥିବା ପରୀକ୍ଷା ପଦ୍ଧତି ସଂପର୍କରେ ଅଭିଭାବକଙ୍କୁ ଅବଗତ କରାଯିବା ସହିତ ଛାତ୍ରମାନଙ୍କର ବିଭିନ୍ନ ବିଷୟରେ ଦୁର୍ବଳତା ସଂପର୍କରେ ଆଲୋଚନା କରାଯାଇଥିଲା। ଏଥିସହିତ ବିଦ୍ୟାଳୟର ସର୍ବାଙ୍ଗିନ ବିକାଶ, ଛାତ୍ରଙ୍କର ମାନସିକ, ଶାରୀରିକ, ବୌଦ୍ଧିକ ବିକାଶ ସଂପର୍କରେ ଆଲୋଚନା ହୋଇଥିଲା। କୋଭିଡ ନିୟମ ଅନୁପାଳନ ପାଇଁ ଛାତ୍ରଙ୍କୁ ପ୍ରବର୍ତ୍ତାଇବା ପାଇଁ ଅଭିଭାବକଙ୍କୁ ଅନୁରୋଧ କରାଯାଇଥିଲା। ପର୍ଯ୍ୟବେକ୍ଷକ ଶ୍ରୀ ପାଲ ଛାତ୍ରଙ୍କ ଶୈକ୍ଷିକ ବିକାଶ ପାଇଁ ଗୃହ ଅଧ୍ୟୟନକୁ ଗୁରୁତ୍ୱ ଦେବାପାଇଁ ଅଭିଭାବକଙ୍କୁ ଅନୁରୋଧ କରିଥିଲେ। ଅଭିଭାବକମାନେ ନୂତନ ପରୀକ୍ଷା ପଦ୍ଧତି ସହିତ ଅନ୍ୟାନ୍ୟ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ। ଶିକ୍ଷକ କାଶିନାଥ ସାହୁ ଓ ଦିପ୍ତୀମୟୀ ସାହୁ ବୈଠକ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ସରିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.