MEllora 950×100

ଆଠଗଡ ବିକାଶ ମଞ୍ଚ ପକ୍ଷରୁ ପିଲାଙ୍କୁ ପୋଷାକ ବଣ୍ଟନ

ଆଠଗଡ: ଆଠଗଡ ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଠଗଡ ବିକାଶମଞ୍ଚ ପକ୍ଷରୁ ଗୁରୁବାର ଜେନାପଦା ପଞ୍ଚାୟତ ଅନ୍ତର୍ଗତ ଭାଗୀରଥିପୁର ଶବରସାହିରେ ଗରିବ ଶ୍ରେଣୀର ପିଲାମାନଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା। ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ମାନସ ରଞ୍ଜନ ବସ୍ତିଆ ଭାଗୀରଥିପୁରର ଯୁବକ ସଂଘର ସଭ୍ୟମାନଙ୍କ ସହାୟତାରେ ପ୍ରାୟ ୪୦ରୁ ଉର୍ଦ୍ଧ ଛୋଟ ପିଲାଙ୍କୁ ନୂତନ ପୋଷାକ ବଣ୍ଟନ କରିଥିଲେ। ଭାଗୀରଥିପୁର ଶବରସାହି ବାସିନ୍ଦା ଏଥିପାଇଁ ଆଠଗଡ ବିକାଶ ମଞ୍ଚ ଓ ସମାଜସେବୀ ଶ୍ରୀ ବସ୍ତିଆଙ୍କୁ କୃତଜ୍ଞତା ଜଣାଇଥିଲେ।

Comments are closed.