ମହିଳା କଲେଜ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ସ୍ୱାଗତ

ଆଠଗଡ: ଆଠଗଡରେ ନୂତନ ଭାବେ ଯୋଗଦେଇଥିବା ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କୁ ଗୋପବନ୍ଧୁ ଡିଗ୍ରୀ ମହିଳା କଲେଜ ପକ୍ଷରୁ ମଙ୍ଗଳବାର ସ୍ୱାଗତ କରାଯାଇଥିଲା। ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ କଲେଜ ପରିଚାଳନା ପରିଷଦର ସଭାପତି ହୋଇଥିବାରୁ କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ର ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ କଲେଜର ବିଭିନ୍ନ କାର୍ଯ୍ୟକ୍ରମ, ଶିକ୍ଷାଦାନ ଓ ସମସ୍ୟା ସଂପର୍କରେ ଅବଗତ କରିଥିଲେ। ଏହି ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ବେଳେ କଲେଜର ବରିଷ୍ଠ ଅଧ୍ୟାପିକା ବବିତା ସାହୁ, ସୂର୍ଯ୍ୟକାନ୍ତି ମହାପାତ୍ର ଓ ରଶ୍ମିତା ପଣ୍ଡା ଉପସ୍ଥିତ ଥିଲେ। କଲେଜର ବିଭିନ୍ନ ସମସ୍ୟା ସଂପର୍କରେ ଶୁଣିବା ପରେ ସେଗୁଡିକର ସମାଧାନ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବେ ବୋଲି ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ସେମାନଙ୍କୁ ପ୍ରତିଶୃତି ଦେଇଥିଲେ। କଲେଜ ପରିଚାଳନା ପରିଷଦର ସଭାପତି ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁଙ୍କୁ କଲେଜ ପରିଦର୍ଶନରେ ଯିବା ପାଇଁ ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ର ନିବେଦନ କରିଥିଲେ।

Comments are closed.