ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଶିଶୁଙ୍କୁ ଖେଳନା ବଣ୍ଟନ

ଆଠଗଡ: ଆଠଗଡ ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଶିଶୁ ଦିବସ ପାଳନ ଅବସରରେ ଜୋରନ୍ଦା ପଞ୍ଚାୟତ ଅନ୍ତର୍ଗତ କରିକୋଲସ୍ଥିତ ଆନନ୍ଦମୟୀ ଅଭିରାମ ପରମହଂସ ଆଶ୍ରମ ପରିସରରେ ଶିଶୁମାନଙ୍କୁ ଖେଳନା ବଣ୍ଟନ କରାଯାଇଥିଲା। ବିକାଶମଞ୍ଚର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ମାନସ ବସ୍ତିଆ ଓ ସହଯୋଗୀ ମାଗୁଣି ଚରଣ ରାଉତ ଉଦ୍ବୋନଧନ ଦେଇ ଶିଶୁମାନେ ଦେଶର ଭବିଷ୍ୟତ ଏବଂ ସେମାନଙ୍କର ସୁରକ୍ଷା ଓ ଶିକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ୫୦ରୁ ଉର୍ଦ୍ଧ ଶିଶୁଙ୍କୁ ଖେଳନା ବଣ୍ଟନ କରାଯାଇଥିଲା। ଗ୍ରାମର ସ୍ୱେଚ୍ଛାସେବୀ ଏଥିରେ ସହଯୋଗ କରିଥିଲେ।

Comments are closed.