ଆଠଗଡରେ ଜାତୀୟ ପ୍ରେସ ଦିବସ

ଆଠଗଡ: ଆଠଗଡ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ସନାତନ ରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ସତ୍ୟପ୍ରସାଦ ରଥ, ବୀରୁପାକ୍ଷ ପ୍ରଧାନ, ବିଶ୍ୱଜିତ୍‍ ରାଉତ, ଅଶୋକ ପ୍ରଧାନ, ଦିଲ୍ଲୀପ ଦାସ, ମନୋରଞ୍ଜନ ମହାପାତ୍ର, ବିଷ୍ଣୁପ୍ରସାଦ ଦାସ, ସଂଜୟ କୁମାର ମହାନ୍ତି ପ୍ରମୁଖ ଉଦ୍‍ବୋଧନ ଦେଇ ସାମ୍ବାଦିକ ମାନଙ୍କର ଦାୟିତ୍ୱ, କର୍ତ୍ତବ୍ୟ ଏବଂ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ। ସାମ୍ବାଦିକମାନଙ୍କ ଉପରେ ନିୟମିତ ବିଭିନ୍ନ ସ୍ଥାନରେ ଆକ୍ରମଣ ହେଉଥିବାରୁ ସେମାନେ ଉଦ୍‍ବେଗ ପ୍ରକାଶ କରିବା ସହ ସରକାର ସାମ୍ବାଦିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ଲାଗି ଦାବି କରିଥିଲେ। ସାମ୍ବାଦିକ ସଂଘ ସଂପାଦକ ବିଭୂତି ଭୂଷଣ ଖଟୁଆ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.