ସ୍କାଉଟ୍ସ ଓ ଗାଇଡ୍ସର ପ୍ରତିଷ୍ଠା ଦିବସ

ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍କାଉଟ୍ସ ଓ ଗାଇଡ୍ସର ୭୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ରେଞ୍ଜରମାନେ କଲେଜ ପରିସରରେ ବ୍ୟାପକ ସଫେଇ କାର୍ଯ୍ୟକ୍ରମ କରିବା ସହ ପରିସରରେ ପ୍ରତିଷ୍ଠିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଏବଂ ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତିକୁ ସଫା କରିଥିଲେ। ପରେ ପରେ ରେଞ୍ଜର ଲିଡର ବିଜୟାଲକ୍ଷ୍ମୀ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର ଯୋଗଦେଇ ରେଞ୍ଜର ଛାତ୍ରୀମାନେ ସେବାକୁ ବ୍ରତଭାବେ ଗ୍ରହଣ କରିବା ଏବଂ ଶିକ୍ଷା ସହିତ ଜଣେ ଜଣେ ଶୃଙ୍ଖଳିତ ନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ।

Comments are closed.