ଭିରୁଡାରେ ଅବକାରୀ ଚଢାଉ, ୨୪୫ଲିଟର ଓ ୨୧୭୦ଲିଟର ପୋଚ ଜବତ

ଆଠଗଡ/ତିଗିରିଆ: ଆଠଗଡ ଅବକାରୀ ଓ କଟକ ଅବକାରୀ ଭ୍ରାମ୍ୟମାଣ ଦଳ ତିଗିରଆ ଥାନା ଅନ୍ତର୍ଗତ ଭିରୁଡା ପଞ୍ଚାୟତ ଅଞ୍ଚଳରେ ଶନିବାର ମିଳିତ ଚଢାଉରେ ବିପୁଳ ପରିମାଣର ମଦ ଓ ମଦପ୍ରସ୍ତୁତି ପାଇଁ ଗଚ୍ଛିତ ଗୁଡପୋଚ ଜବତ କରାଯାଇଛି। ଭିରୁଡା ନିକଟବର୍ତ୍ତୀ ସାପୁଆ ନଦୀ କୂଳବର୍ତ୍ତୀ ଅଞ୍ଚଳରେ ଚାଲିଥିବା ଏକାଧିକ ଚୋରା ମଦଭାଟି ଉପରେ ଶନିବାର ଭୋର ସମୟରେ ଅବକାରୀ ମିଳିତ ସ୍କାର୍ଡ ଅତର୍କିତ ଚଢାଉ କରି ସଦ୍ୟପ୍ରସ୍ତୁତ ୨୪୫ଲିଟର ଦେଶୀମଦ ଓ ମଦପ୍ରସ୍ତୁତି ପାଇଁ ଶତାଧିକ ପ୍ଲାଷ୍ଟିକ ଜାରକିନରେ ଗଚ୍ଛିତ ୨୧୭୦ଲିଟର ଗୁଡପୋଚ ଜବତ କରି ସେହିଠାରେ ନଷ୍ଟ କରାଯାଇଥିଲା। ଚଢାଉ ପୂର୍ବରୁ ମଦ ମାଫିଆ ଓ ମଦରନ୍ଧାରେ ନିୟୋଜିତ ଲୋକ ଫେରାର ହୋଇଯାଇଥିବାରୁ କାହିରକୁ ଗିରଫ କରାଯାଇପାରିନାହିଁ। ଆଠଗଡ ଅବକାରୀ ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀ ଓ ଭ୍ରାମ୍ୟମାଣ ଦଳର ନିରୀକ୍ଷକ ସଞ୍ଜିତ୍‍ ବାର୍ଲାଙ୍କ ନେତୃତ୍ୱରେ ଆଠଗଡ ସହକାରୀ ନିରୀକ୍ଷକ ବିଜୟ କୁମାର ଭଞ୍ଜ, ନରସିଂହପୁର ଅବକାରୀ ଭାରପ୍ରାପ୍ତ ଅଧିକାରୀ ଦେବାନନ୍ଦ ଭୂୟାଁଙ୍କ ସମେତ ବହୁ ଅବକାରୀ ଅଧିକାରୀ ଓ କର୍ମଚାରୀ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ।

Comments are closed.