ରାସରସିକପୁରରେ ଗିରି ଗୋବର୍ଦ୍ଧନ ପୂଜା

ଆଠଗଡ: ଆଠଗଡ ସହରର ରାସରସିକପୁରସ୍ଥିତ ଶ୍ରୀ ଶ୍ରୀ ରାଧାରସିକ ଦେବଙ୍କର ଗିରି ଗୋବର୍ଦ୍ଧନ ପୂଜା ଶୁକ୍ରବାର ଗୋବର୍ଦ୍ଧନ ମୁଣ୍ଡିଆଠାରେ ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟାରେ ରାଧାରସିକଦେବ ମନ୍ଦିରରୁ ରାଧାକୃଷ୍ଣଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ବସାଇ ସାହି ପରିକ୍ରମା ପରେ ଗୋବର୍ଦ୍ଧନ ମୁଣ୍ଡିଆର ମଣ୍ଡପରେ ପହଞ୍ଚିବା ପରେ ପାରମ୍ପରିକ ରିତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ବିଗତ ୪୦ବର୍ଷ ଧରି ଏହି ପରମ୍ପରା ଚାଲି ଆସିଥିବା ବେଳେ ମାନସିକଧାରୀ ମହିଳାମାନେ ଏକତ୍ରିତ ହୋଇ କାର୍ତ୍ତିକମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ଏହି ଗିରି ଗୋବର୍ଦ୍ଧନପୂଜା କରିଆସୁଛନ୍ତି। ଶୁକ୍ରବାର ଅନୁଷ୍ଠିତ ଏହି ଗିରି ଗୋବର୍ଦ୍ଧନପୂଜା ପରିଚାଳନାରେ ସାହି ସଭାପତି ମିହିର କୁମାର ତ୍ରିପାଠୀ, ସଂପାଦକ ଲକ୍ଷ୍ମୀଧର ସ୍ୱାଇଁ, ବରିଷ୍ଠ ସଦସ୍ୟ ହେମନ୍ତ କୁମାର ଦଳାଇ, ରତ୍ନାକର ସାହୁ, ବସନ୍ତ ଦଳାଇ, ଶିବଶଙ୍କର ଜେନା, ଦିଲ୍ଲୀପ କୁମାର ବାରିକ, ସୁଧାଂଶୁ ଶେଖର ଦଳାଇ ଓ ଅଜୟ କୁମାର ସାହୁଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ।

Comments are closed.