ବିଜେଡିର ଶ୍ରମଦାନ, ରକ୍ତଦାନ, ସଫେଇ ଅଭିଯାନ ଉଦ୍‍ଯାପିତ

ଆଠଗଡ: ଆଠଗଡ ବିଜେଡି ପକ୍ଷରୁ ମାସେବ୍ୟାପୀ ଚାଲିଥିବା ଶ୍ରମଦାନ, ରକ୍ତଦାନ ଓ ସଫେଇ ଅଭିଯାନ ମଙ୍ଗଳବାର ସନ୍ଧ୍ୟାରେ ଉଦ୍‍ଯାପିତ ହୋଇଯାଇଛି। ବିଜୁ ଜନତା ଦଳର ନିଷ୍ପତ୍ତି କ୍ରମେ ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଅନୁଷ୍ଠିତ ହୋଇଥିଲା। ଆଠଗଡ ଲକ୍ଷ୍ମୀବଜାର ମଣ୍ଡପରେ ଏନଏସି ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‍ଯାପନୀ ଉତ୍ସବରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ କୁମାର ଆଚାର୍ଯ୍ୟ ମୁଖ୍ୟଅତିିଥି, ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ତଥା ଯୁବ ସଂଗଠକ ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟବକ୍ତା, ଜିଲ୍ଲା ବିଜେଡି ସାଧାରଣ ସଂପାଦକ ପ୍ରଦୀପ୍ତ ଦାସ, ସଂପାଦକ ଅଶୋକ ରାଉତ, ସମବାୟବିତ୍‍ ଲଳିତେନ୍ଦୁ ସେନାପତି, ପୂର୍ବତନ ନଗରପାଳ ସୁଚିତ୍ରା ସାହୁ ଓ ସୁବର୍ଣ୍ଣ ମଞ୍ଜରୀ ଭଞ୍ଜ, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଅଶାନ୍ତି ବେହେରା, ଏନଏସି ସଭାନେତ୍ରୀ ରଞ୍ଜିତା ଭକ୍ତା, ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍‍ବୋଧନ ଦେଇଥିଲେ।

ମାସେବ୍ୟାପୀ ଚାଲିଥିବା ସଫେଇ କାର୍ଯ୍ୟକ୍ରମ ଓ ରକ୍ତଦାନ ଶିବିରରେ ଆଠଗଡ ନିର୍ବାଚନ ମଣ୍ଡଳିର ହଜାର ହଜାର ଦଳୀୟ କର୍ମୀ ଓ ସାଧାରଣ ଲୋକ ଯେଉଁଭଳି ଭାବେ ସ୍ୱେଚ୍ଛାକୃତ ଭାବେ ଯୋଗଦାନ କରି ଏହାକୁ ସଫଳ କଲେ ତାହା ବାସ୍ତବିକ ପ୍ରଶଂସନୀୟ ବୋଲି ମୁଖ୍ୟବକ୍ତା ଶ୍ରୀ ସ୍ୱାଇଁ ଓ ମୁଖ୍ୟଅତିଥି ଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଥିଲେ। ଏହି ଅବସରରେ ସଫେଇ କାର୍ଯ୍ୟପାଇଁ ଜେନାପଦା, କୁଲାଇଲୋ, କଣ୍ଡରେଇ, ଖୁଣ୍ଟୁଣୀ ମଞ୍ଚେଶ୍ୱର, କଟକିଆସାହି ଗ୍ରାମପଞ୍ଚାୟତକୁ ଏବଂ ୬୦ଜଣ ସ୍ୱେଚ୍ଛାସେବୀଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ରକ୍ତଦାନ ପାଇଁ ୩୫ଜଣ ବିରଳ ରକ୍ତ ଗୃପ୍‍ର ରକ୍ତଦାତାଙ୍କ ସହିତ ସମସରପୁର, ଖୁଣ୍ଟକଟା, ମହାକାଳବସ୍ତ, କୁମାରପୁର, ଛଅଗାଁ ଓ ଗୋବରା ପଞ୍ଚାୟତକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଯୁବନେତା ଶିବଶଙ୍କର ଜେନା ଓ ଅଜୟ ସ୍ୱାଇଁଙ୍କ ସମେତ ବହୁ ଦଳୀୟ ନେତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଯୁବନେତା ପ୍ରକାଶ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.