ମହିଳା କଲେଜରେ ଦୁର୍ନୀତି ନିବାରଣ ସଚେତନତା

ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଯୁବ ରେଡକ୍ରସ ଆନୁକୁଲ୍ୟରେ ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୭୫ତମ ସତ୍ୟନିଷ୍ଠାରୁ ଆତ୍ମନିର୍ଭରତା ବିଷୟଭିତ୍ତିକ ସଚେତନତା ସଭାରେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷା ବବିତା ସାହୁ ଅଧ୍ୟକ୍ଷତା କରି ଦୁର୍ନୀତିର ମୂଳୋତ୍ପାଟନ ପାଇଁ ସବୁସ୍ତରରେ ଉଦ୍ୟମ ଲୋଡା ବୋଲି ମତବ୍ୟକ୍ତ କରିଥିଲେ। ଯୁବ ରେଡକ୍ରସ ଉପଦେଷ୍ଟା ଅଧ୍ୟାପିକା ଟ୍ୱିଙ୍କିଲ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପିକା ସୂର୍ଯ୍ୟକାନ୍ତି ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଦୁର୍ନୀତି ଓ ଭ୍ରଷ୍ଟାଚାର ବିକାଶ ପଥରେ ପ୍ରମୁଖ ବାଧକ ବୋଲି କହିବା ସହ ଏହାକୁ କିପରି ନିବାରଣ କରାଯାଇପାରିବ ସେଥିପାଇଁ ବ୍ୟାପକ ଜନସଚେତନତାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଯୁବରେଡକ୍ରସର ସ୍ୱେଚ୍ଛାସେବୀ ସୁନିତା ସାହୁ ଦୁର୍ନୀତି ନିବାରଣ ସମ୍ବନ୍ଧରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପିକା ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ କଲେଜର ସମସ୍ତ ଛାତ୍ରୀ, ଅଧ୍ୟାପିକା ଓ କର୍ମଚାରୀ ଯୋଗଦାନ କରିଥିଲେ।

Comments are closed.