ବିଜେପି ସଭାପତି ସମୀର ମହାନ୍ତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଆଠଗଡ: ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ବଡମ୍ବା ଯିବା ବାଟରେ ଆଠଗଡରେ ସ୍ଥାନୀୟ ବିଜେପି ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଚାନ୍ଦବାଲିଛକ ଠାରେ ବରିଷ୍ଠ ନେତା ତଥା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାୟଙ୍କ ସମେତ ଦଳର ଅନ୍ୟ ତୁଙ୍ଗ ନେତାମାନେ ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ। ଶ୍ରୀ ମହାନ୍ତିଙ୍କ ସହିତ ଆସିଥିବା ରାଜ୍ୟ ସଂପାଦକ ତଥା କଟକ ଜିଲ୍ଲା ପ୍ରଭାରୀ ଅମର ନାୟକ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲଙ୍କୁ ମଧ୍ୟ ସ୍ୱାଗତ କରାଯାଇଥିଲା।

ପରେ ପରେ ଶ୍ରୀ ମହାନ୍ତି ଗାନ୍ଧୀମାର୍ଗସ୍ଥିତ ଆଠଗଡ ବିଜେପି କାର୍ଯ୍ୟାଳୟକୁ ଯିବାପରେ ସେଠାରେ ଏକ ସଂକ୍ଷିପ୍ତ ସଭାରେ ଯୋଗଦେଇ ଆଠଗଡ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିବା ସହିତ ସଂଗଠନ ବିଷୟରେ ଦିଗଦର୍ଶନ ଦେଇଥିଲେ। ପଞ୍ଚାୟତ ନିର୍ବାଚନରେ କିପରି ଦଳ ଭଲ ପ୍ରଦର୍ଶନ କରିବ ସେ ଦିଗରେ କାର୍ଯ୍ୟକର୍ତ୍ତାମାନେ ପଞ୍ଚାୟତ ସ୍ତରରେ ଦଳୀୟ ବିଚାରଧାରା, କେନ୍ଦ୍ରସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଇବା ଲାଗି ଶ୍ରୀ ମହାନ୍ତି ଓ ଦୁଇ ସାଧାରଣ ସଂପାଦକ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିବସ ଠାରୁ ଆରମ୍ଭ ହୋଇଥିବା ସେବାସପ୍ତାହର ଶେଷ ଦିନରେ ଗୁରୁବାର ନଗର ସଭାପତି ନଚିକେତା ପରମାଣିକଙ୍କ ନେତୃତ୍ୱରେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ଆଠଗଡ ଡାକ୍ତରଖାନାରେ ଚିକିତ୍ସାଧିନ ରୋଗୀଙ୍କୁ ଫଳବଣ୍ଟନ କରିଥିଲେ। ତା ସହିତ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଓ ଅଗ୍ରଗତି ସଂପର୍କରେ ହିତାଧିକାରୀଙ୍କ ଠାରୁ ସେମାନଙ୍କ ମତାମତ ପୋଷ୍ଟକାର୍ଡ ମାଧ୍ୟମରେ ସଂଗ୍ରହ କରି ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସଂପାଦକ ରାମନାରାୟଣ ମହାନ୍ତି, ଜିଲ୍ଲା ସଂପାଦକ ପ୍ରକାଶ ସେଠୀ, କାର୍ଯ୍ୟକାରିଣୀ ସଦସ୍ୟ ବିଚିତ୍ରାନନ୍ଦ ଜେନା, ଜଗଦାନନ୍ଦ ତ୍ରିପାଠୀ, ନଗର ସଭାପତି ନଚିକେତା ପରମାଣିକ, ସାଧାରଣ ସଂପାଦକ ରମାକାନ୍ତ ସେନାପତି, ସୋମନାଥ ବେହେରା, ବରିଷ୍ଠ ନେତା ହେମନ୍ତ କୁମାର ମହାନ୍ତିଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

Comments are closed.