ଗୋପବନ୍ଧୁ ମହିଳା ଡିଗ୍ରୀ କଲେଜରେ ଏନଏସଏସ ଦିବସ

ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଡିଗ୍ରୀ କଲେଜରେ ଜାତୀୟ ସେବା ସଂସ୍ଥା ଯୋଜନା ଦିବସ ଅଧ୍ୟକ୍ଷା ସଂଗୀତା ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ପୂର୍ବତନ ସଂଯୋଜକ ଡଃ ମନୋରଞ୍ଜନ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ସେବା ଯୋଜନାର ଅର୍ଥ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କୁ ସେବା ପରାୟଣ ମନୋଭାବ ପୋଷଣ କରାଇବାରେ ଜାତୀୟ ସେବା ଯୋଜନାର ମୁଖ୍ୟ ଭୂମିକା ଓ ଉଦ୍ଦେଶ୍ୟ ରହିଛି ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ।

ଛାତ୍ରୀମାନେ ଶୀକ୍ଷା ସହିତ ସେବାକୁ ବ୍ରତଭାବେ ଗ୍ରହଣ କରି ମାନବ ସେବାରେ ନିଜକୁ ନିୟୋଜିତ କରିବା ଲାଗି ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ର ପରାମର୍ଶ ଦେଇଥିଲେ। କଲେଜର ଜାତୀୟ ସେବା ଯୋଜନାର ଯୋଜନା ସଂଯୋଜକ ଅଧ୍ୟାପିକା ବସିରା ବେଗମ ବିଗତ ଦିନମାନଙ୍କରେ କଲେଜ ଏନଏସଏସ ପକ୍ଷରୁ ଆୟୋଜନ କରାଯାଇଥିବା ବିଭିନ୍ନ ସେବାମୂଳକ କାର୍ଯ୍ୟ ଓ ଜନସଚେତନତା କାର୍ଯ୍ୟକ୍ରମ ସଂପର୍କରେ ବିବରଣୀ ଉପସ୍ଥାପନ କରିଥିଲେ। ଶେଷରେ ଗୃହବିଜ୍ଞାନ ଡେମୋନଷ୍ଟ୍ରେଟର ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ଏନଏସଏସ ସ୍ୱେଚ୍ଛାସେବୀ ଛାତ୍ରୀ ଅଧ୍ୟାପିକା ଓ କର୍ମଚାରୀ ଗଣ ଉପସ୍ଥିତ ଥିଲେ।

Comments are closed.